Image

ଇଚ୍ଛା ହୁଏ, ଏଇ ଏବେ କରି ଦିଅନ୍ତି ବହୁତ କିଛି | ଓଲଟେଇ ଦିଅନ୍ତି ପୃଥିବୀଟାକୁ | ମୁହୂର୍ତ୍ତ ସବୁକୁ ମୁଠେଇ ଧରନ୍ତି ହାତ ମୁଠାରେ | ମରଣ ଶବ୍ଦଟିକୁ ମୂଳପୋଛ କରିଦିଅନ୍ତି | ଫେରେଇ ଆଣନ୍ତି ଅଫେରା ରାଇଜକୁ ଚାଲି ଯାଇଥିବା ମୋର ପ୍ରିୟଜନମାନଙ୍କୁ | ଆଉ ତୁମକୁ ଲୁଚେଇ ରଖନ୍ତି ସମସ୍ତଙ୍କ ନଜର ଆଡୁଆଳରୁ | କିନ୍ତୁ ଶେଷରେ କିଛି ନ କରିପାରିବାର ଅସହାୟତାରେ ନିରବ ଦର୍ଶକଟିଏ ହୋଇ ଚୁପଚାପ୍ ବସି ରହେ |