ଷ୍ଟୋରିମିରର୍ ବାର୍ଷିକ ସାରସ୍ୱତ ସମାବେଶ ।

ଫେବୃଆରୀ ୧୬ ତାରିଖରେ ଷ୍ଟୋରିମିରର୍ ବାର୍ଷିକ ସାରସ୍ୱତ ସମାବେଶ ।
ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଆସନ୍ତା ଫେବୃଆରୀ ୧୬, ୨୦୨୦ ରବିବାର ଦିନ ଷ୍ଟୋରିମିରର୍ ଭୁବନେଶ୍ୱର ସ୍ଥିତ ଭଞ୍ଜ କଳାମଣ୍ଡପ  ଠାରେ ନିଜର ରାଜ୍ୟସ୍ତରୀୟ ପଞ୍ଚମ ବାର୍ଷିକ ସାରସ୍ୱତ ସମାବେଶର ଆୟୋଜନ କରାଯାଇଥିଲା। ଏହି ସମାରୋହରେ ଷ୍ଟୋରିମିରର୍ ର ପ୍ରତିଷ୍ଠାତା ତଥା ପରିଚାଳକ ଶ୍ରୀଯୁକ୍ତ ବିଭୁଦତ୍ତ ରାଉତଙ୍କ ପୌରହିତ୍ୟି ରେ ଆୟୋଜିତ ଏହି ସାରସ୍ୱତ ସମାବେଶରେ ଷ୍ଟୋରିମିରର୍ ତରଫରୁ ଲେଖକ ଓ ଲେଖିକାଙ୍କ ପୁସ୍ତକ ଉନ୍ମୋଚନ ସହ ସାରସ୍ୱତ ସମ୍ମାନ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ ହୋଇଥିଲା।
ସୂଚନା ମୁତାବକ ଏହି ବର୍ଷ ଷ୍ଟୋରିମିରର୍ ତରଫରୁ ସମୁଦାୟ ୧୨ ଟି ଓଡ଼ିଆ ପୁସ୍ତକ ଓ ୨ଟି ପତ୍ରିକାର ଶୁଭ ଉନ୍ମୋଚନ ହେବାର ହୋଇଥିଲା । ସେହି ସବୁ ମଧ୍ୟରେ ସୁଷମା ପରିଜାଙ୍କ ଗଳ୍ପ ସଂକଳନ 'ପରିପୂର୍ଣ୍ଣା', ସତ୍ୟ ପ୍ରକାଶ ସେଠୀଙ୍କ ଗଳ୍ପ ସଂକଳନ 'ନୀଳ ଗଗନର ପଥିକ', ଅରବିନ୍ଦ ରଥଙ୍କ ଗଳ୍ପ ସଂକଳନ 'ପାଳି', ବାଉରୀବନ୍ଧୁ ଲେଙ୍କାଙ୍କ କବିତା ସଂକଳନ 'ଅନାବନା', ଶରତ କୁମାର ଦାସଙ୍କ 'ଭିଜାମାଟିର ବାସ୍ନା', ହୃଷିକେଶ ଶତପଥୀଙ୍କ 'ଉତ୍କଳ ଊର୍ମି ଅର୍କଶ୍ରୀ', ରାମ ପ୍ରସାଦ ବିଷୋଇଙ୍କ ବବିତା ସଂକଳନ 'ଅନାବନା କବିତା' ଓ 'ରାଗରାବଳୀ', ପ୍ରକାଶ ରଞ୍ଜନ ପରିଡାଙ୍କ 'ଲୋଡ଼ା ଗୋଟେ ନୂଆ ଦୁଃଖ', ରଶ୍ମିରେଖା ତ୍ରିପାଠୀଙ୍କ ଉପନ୍ୟାସ 'ଚକ୍ରବ୍ୟୂହ' ଏବଂ ପ୍ରମୋଦ କୁମାର ଜେନାଙ୍କ ଉପନ୍ୟାସ 'ବନ୍ଧୁମିଳନ' ଆଦି ଅନ୍ତର୍ଭୁକ୍ତ । ଏତତ୍ ବ୍ୟତୀତ ଏହି ସାରସ୍ୱତ ସମାରୋହ ଅବସରରେ ଷ୍ଟୋରିମିରର୍ ତରଫରୁ  ସ୍ରଷ୍ଟାଙ୍କୁ  ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯାଇଥିଲା  ।
ଏହି ସାରସ୍ୱତ ସମାରୋହ ଅବସରରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଲେଖକ ଓ ପାଠକ ଯୋଗଦେବା ପାଇଁ ସହମତି ପ୍ରଦାନ କରିଥିବା ଷ୍ଟୋରିମିରର୍ ପରିଚାଳକ ବିଭୁଦତ୍ତ ରାଉତ ଓ ସମ୍ପାଦିକା ରଶ୍ମି ରେଖା ତ୍ରିପାଠୀ ସୂଚନା ପ୍ରଦାନ  କରିଥିଲେ।।ସାତ ଶହ କୋଟି ବ୍ୟକ୍ତି ଓ ସାତ ଶହ କୋଟି କାହାଣୀକୁ ଏକ ମଞ୍ଚକୁ ଆଣିବା ଷ୍ଟୋରୀମିରରର ଲକ୍ଷ୍ୟ। ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପ୍ରକାଶନକୁ ଲେଖକ ଓ ପାଠକମାନଙ୍କୁ ଅବଗତ କରେଇବା ଏହାର ଆଭିମୁଖ୍ୟ। ପ୍ରଥିତଯଶା ଲେଖକ ଶ୍ରୀ ଵିଭୂତି ପଟ୍ଟନାୟକଙ୍କ ଉପନ୍ୟାସ ସବୁକୁ ପୁନଃମୁଦ୍ରଣ କରିବା ଲକ୍ଷ୍ୟ ବି ରଖିଛି ଷ୍ଟୋରୀମିରର୍ ।

(BIBHU DATTA ROUT, FOUNDER & CEO, STORYMIRROR)

  Never miss a story from us, get weekly updates in your inbox.