Image



ସାଧାରଣ  ନାମଟି  ମାତ୍ର  କିନ୍ତୁ ବ୍ୟକ୍ତିତ୍ୱ ଅସାଧାରଣ  l ସାମାନ୍ୟ ମାନବ  ଟିଏ ପରି  ଦେଖା ଯାଉଥିଲେ  ମଧ୍ୟ  କାର୍ଯ୍ୟ ଅସାମାନ୍ୟ  l ସାରା ଦୁନିଆ  ନିଜ ପାଇଁ, ନିଜ  ପରିବାର ଲାଗି ବଂଚୁଥିବା ବେଳେ  ସେ ନିଜ ପାଇଁ ବଂଚିବା  ସହିତ ମାନବ ସମାଜ ର ପ୍ରତିଟି ମଣିଷ ପାଇଁ ବଞ୍ଚୁ ଥିଲେ l ଖରା, ବର୍ଷା, ଶୀତ  ହେଉ ଅବା ବନ୍ୟା, ବାତ୍ୟା, ମରୁଡି  ସର୍ବଦା  ତତ୍ପର ଥିଲେ  ଦୀନ  ଦରିଦ୍ର ଙ୍କର  ସେବାରେ l ଉତ୍କଳ ମାତାରା  ସୁଯୋଗ୍ୟ ସନ୍ତାନ, କର୍ମଯୋଗୀ, ଧର୍ମ ପ୍ରାଣ ଉତ୍କଳ ର ମଣି   ପରୋପକାରୀ  ପଣ୍ଡିତ  ଗୋପବନ୍ଧୁ  ଦାସ l

       

         ସେ ଦିନ  ଥାଏ  ୧୮୭୭ ମସିହା  ଅକ୍ଟୋବର ମାସ ୯ ତାରିଖ  ପୁରୀଜିଲ୍ଲା ଅନ୍ତର୍ଗତ ସାକ୍ଷୀ ଗୋପାଳ  ନିକଟସ୍ଥ  ଉପକୂଳବର୍ତ୍ତୀ ସୁଆଣ୍ଡୋ ଗ୍ରାମରେ ପିତା ଦୈତାରୀ ଦାସ ଓ ମାତା ସ୍ବର୍ଣ୍ଣମାୟୀ ଦେବୀ ଔରସରୁ ଜନ୍ମ  ଗ୍ରହଣ  କରିଥିଲେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ l ସେ ବାଲ୍ୟ କାଳରୁ  ନିଜ ମାଆ କୁ ହରାଇ ଥିଲେ l ତାଙ୍କ ଲାଳନ ପାଳନର  ଦାଇତ୍ୱ ପିଉସୀ କମଳା  ଦେବୀ ନେଇଥିଲେ l

       ତୁଳସୀ  ଦୁଇ ପତ୍ର ରୁ ବାସିଉଠିଲା  ପରି  ଗୋପବନ୍ଧୁ ଙ୍କ ଦେଶ  ପ୍ରୀତି ଓ ସମାଜ ସେବା ପିଲାଟି ଦିନରୁ  ଜାଗି ଉଠିଥିଲା l ସେ ପୁରୀ ଜିଲ୍ଲା ସ୍କୁଲ  ରେ ପଢ଼ୁଥୁବା  ବେଳେ  ଥରେ  ରଥଯାତ୍ରା ସମୟରେ  ସେଠାରେ  ହଇଜାର  ପାଦୁର୍ଭାବ  ବ୍ୟାପି ଯାଇଥିଲା l ଫଳ ରେ ପବିତ୍ର  ନୀଳାଚଳ  ପୀଠରେ  ଶବ ସବୁ ଏଣେ ତେଣେ ପଡି  ଦୁର୍ଗନ୍ଧ ସୃଷ୍ଟି କଲା l ସେହି ବୀଭତ୍ସ ଦୃଶ୍ୟ ରେ ବ୍ୟଥିତ ହୋଇ ତରୁଣ  ଗୋପବନ୍ଧୁ  'ପୁରୀ ସେବା ସମିତି ' ନାମରେ  ଏକ  ସ୍ବେଛାସେବୀ ଦଳ  ଗଠନ  କରି  ଏଣେ ତେଣେ ପଡ଼ିଥିବା  ଶବ ଗୁଡିକୁ ସତ୍କାର  କରିବା ସହିତ  ମୁର୍ମୁଷ ବ୍ୟକ୍ତି ଙ୍କ ସେବା କରିଥିଲେ  l ଯେତେବେଳେ ଗୋପବନ୍ଧୁ  ରେଭେନ୍ସା କଲେଜ ରେ ପାଠ  ପଢୁଥିଲେ ସେତେବେଳେ ଦେଶର  ରାଜନୀତିକ  ଓ ଅର୍ଥନୀତିକ ସମସ୍ୟା ସମ୍ପର୍କରେ 'କର୍ତ୍ତବ୍ୟ ବୋଧିନୀ ' ସମିତି  ନାମରେ ଏକ ସଭା କରି  ଆଲୋଚନା  କଲେ l

    ୧୯୦୩ ମସିହାରେ  ମଧୁବାବୁ ଙ୍କ ଦ୍ୱାରା ଆଦୃତ ହୋଇ ଉତ୍କଳ  ସମ୍ମିଳନୀରେ ପ୍ରଥମ  ଯୋଗ ଦେଇ ବିଛିନ୍ନଂଚଳ  ମିଶ୍ରଣ  ନେଇ ପ୍ରଶ୍ନାଆଲୋଚନାରେ ସକ୍ରିୟ  ଅଂଶ ଗ୍ରହଣ କରିଥିଲେ  l୧୯୦୪ମସିହାର  କଥା  କୁଶଭଦ୍ରା ନଈ ରେ ପ୍ରବଳ  ବନ୍ୟା ଆସିବା କାରଣରୁ  ନଦୀ ବନ୍ଧ ଭାଙ୍ଗିଯାଇଥିଲା l ପ୍ରବଳ  ସୁଅ ଛୁଟିବା  କାରଣରୁ  ଗାଁ ଗଣ୍ଡା,  ଗୋରୁ, ଗାଈ,ଛେଳି, ମେଣ୍ଢା ଆଦିପାଣିରେ ବୁଡି ରହିଥାଆନ୍ତି l  ଏହି ସମୟରେ  ଗୋପବନ୍ଧୁ  ଙ୍କ ଏକ ମାତ୍ର ପୁଅ ଜ୍ୱରରେ ଆକ୍ରାନ୍ତ ହୋଇ ଭୀଷଣ ଯନ୍ତ୍ରଣା ଭୋଗୁ  ଥିବା ସମୟରେ ତାକୁ ଭଗବାନ ଙ୍କ ହାତରେ  ଛାଡି ଦେଇ ଚାଲି ଯାଇଥିଲେ  ଗୋପବନ୍ଧୁ ବନ୍ୟାରେ ବୁଡିରହିଥିବା ଅସହାୟ ଲୋକମାନଙ୍କୁ ସେବା କରିବାକୁ l ଫେରୁ  ଫେରୁ  କିଛି ଦିନ ହୋଇ ଗଲା ଆଉ  ଫେରି ଆସି  ଦେଖନ୍ତି ତାଙ୍କ ପୁତ୍ର ମୃତ୍ୟୁ ବରଣ କରିଛି  l


   ଏହି ମହାନ କାର୍ଯ୍ୟ କୁ ଦେଖି  ମୋ ମତରେ ଗୋପବନ୍ଧୁ ତାଙ୍କ ପୁତ୍ର କୁ ମରି ଯାଇଥିବାର  ଦେଖି ସ୍ତ୍ରୀ ଙ୍କୁ କହୁଛନ୍ତି 


ନିଜ ପୁତ୍ର ମର  ଦେଖି  ପିଣ୍ଡ ତାର

ବୋଲିଲ ଅର୍ଦ୍ଧାଙ୍ଗି ଠାରେ l

ଗୋଟିଏ ହାରିଛି  ଶହେ  ମୁଁ  ଆଣିଛି

ଦୁଃଖ କିବା ତବ  ଠାରେ ll


ହାରିବି ପୁତ୍ରକୁ ବୁଝାଅ ବାମା କୁ

ଝୁରନାହିଁ ପତ୍ନୀ ମୋର l

ପୁତ୍ର କୁ ଯେ ବାଜି  ଲଗାଇ  ମୁଁ ଆଜି

ବଞ୍ଚାଇଛି  ଶିଶୁ  ନର ll



ଦୁଃଖ କରନି  ଆଜି ସିନା ମୁଁ ଗୋଟିଏ ପୁତ୍ର କୁ ହରାଇ  ଦେଇଛି  କିନ୍ତୁ ତା ପ୍ରତିବଦଳରେ  ଶହେ  ପୁତର  ଜୀବନ  ବଞ୍ଚାଇଛି l ବାସ୍ତବରେ  ତାଙ୍କ ବ୍ୟକ୍ତିତ୍ୱ କାର୍ଯ୍ୟ ଆଗରେ  ମୁଣ୍ଡ ନୂଆଇଁ ବାକୁ ବାଧ୍ୟ ଏ ମାନବ ସମାଜ l କାରଣ  ଏଠି  ଲୋକ ମୁଁ, ମୋର , ସ୍ୱାର୍ଥ ହାସଲ  ଦିଗରେ  ବ୍ୟସ୍ତ ଥିବା  ବେଳେ  ଗୋପବନ୍ଧୁ ଦୀନଦୁଃଖୀ, ଦେଶ  ଜାତି ର  ବିକାଶ ନେଇ ଚିନ୍ତିତ l ଯାହା ତାଙ୍କର କାଳଜୟୀ କବିତା ପ୍ରମାଣ ଦିଏ l


ମିଶୁ ମୋର ଦେହ ଏ ଦେଶ ମାଟିରେ l      

ଦେଶ ବାସୀ ଚାଲି  ଯାଆନ୍ତୁ ପିଠିରେ ll

ଦେଶର  ସ୍ୱରାଜ୍ୟ ପଥେଯେତେଗାଡ l

ପୁରୁ ତହିଁ ପଡି  ମୋର ମାଂସ  ହାଡ ll


    ଅଧୁନା  କରୋନା  ସମୟରେ  ଉତ୍କଳକୁ ଗୋପବନ୍ଧୁ  ପୁଣି ଥରେ  ଲୋଡ଼ା l କାରଣ  ଏଠି  ସମସ୍ତେ  ନିଜ ସ୍ୱାର୍ଥ ହାସଲ  କରିବାରେ  ବେସ୍ତ ନେତା ମାନେ ଏଠି ଦେଶ ସେବା ଛାଡି ଦେଶର  ରାଜସ୍ବ କୁ ଲୁଟିବାରେ ବେସ୍ତ l ଡାକ୍ତର  ଏଠି ସେବା ପ୍ରତିବଦଳରେ  ଶୋଷଣ  କରିବାରେ  ବେସ୍ତ l ଗଣମାଧ୍ୟ୍ୟମ କୁ ଦେଖି  ମନେ ପଡେ ୧୯୨୨ ମସିହାର କଥା  ଇଂରେଜ ସରକାର ଙ୍କ ଅବିଚାର ସମ୍ପର୍କ ରେ ନିର୍ଭୀକ ସମ୍ବାଦ ପରିବେଷଣ  କରି କାରାବରଣ  କରିଥିଲେ ଗୋପବନ୍ଧୁ ଦାସ ମାତ୍ର ଆଜିର  ଗଣମାଧ୍ୟ୍ୟମ ବାସ୍ତବ ସତ୍ୟକୁ  ଲୋକ ଲୋଚନକୁ ଆଣିବା  ପ୍ରତିବଦଳରେ  ଟି. ଆର.ପି. ବୃଦ୍ଧି ନେଇ ବେସ୍ତ l ଆଉ 

ପରିବାବାଲା ଲେମ୍ବୁ କଥା ଉଠିଲା କ୍ଷଣି  କେଜି ୮୦ ଟଙ୍କା ବୃଦ୍ଧି କରିବାରେ  ବେସ୍ତ l ଗରିବ ଟେ ଭାବିଥିଲା  ମେଡ଼ିସିନ ଦର ତ ଆକାଶ ଛୁଆଁ ହେଲେ ୨ ଟଙ୍କାର  ଲେମ୍ବୁ ଖାଇ  ଭିଟାମିନ- ସି ଟିକେ ମିଳନ୍ତା ମାତ୍ର ଦୁର୍ଭାଗ୍ୟ l  ଅକ୍ସିଜେନ ଦର  ରାତା ରାତି ବଢ଼ି ଚାଲିଲା l ଆଉ  ଆମ ସରକାର  ଖାଲି  ବେଡ଼ ପରେ ବେଡ଼ ବୃଦ୍ଧି କରିବାରେ  ବେସ୍ତ ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା କିପରି  ଚାଲିଛି  ତାହା ଦେଖିବାକୁ  କେହି ନାହିଁ l ବିଚରl ଗରିବ ଟେ ଖାଲି  ହନ୍ତସନ୍ତ  ହେବା ଛଡା ଆଉ  କିଛି  ନୁହଁ l ଶବ ଉପରେ ଶବ  ଗଦା  ହୋଇ ଚାଲିଛି

ପୋଡ଼ିବାକୁ କେହି ନାହାନ୍ତି l ଗୋପବନ୍ଧୁ  ଥିଲେ  ହୁଏତ ଏ ଦୃଶ୍ୟ  ଦେଖିବାକୁ  ମିଳନ୍ତା ନାହିଁ l କି କାହାରିକୁ ଡାକିବାକୁ ପଡନ୍ତା ନାହିଁ l ଶବ  ସବୁ ସତ୍କାର  ହୋଇ ଯାଆନ୍ତା l

ଦୁର୍ଗମ ଅଂଚଳରେ ଦୁଃଖୀ କୁ ଭୋକ ରେ ରହିବାକୁ  ପଡ଼ନ୍ତାନି  l କାରଣ  ଲୋକେ ନିଶ୍ଚିତ ଯେ ଦାସେ ଆସିବେ  ଚୁଡା, ଗୁଡ, ମୁଢି  ନେଇ,

ମାତ୍ର ଆଜିର  ଜନ  ପ୍ରତିନିଧି  ମାନେ ଜନତାର ଦୁଃଖ ଦେଖିବେ  କେମିତି ସମସ୍ତେ ଆରାମରେ  ଘରେ  ରହିଛନ୍ତି , ଭୁଲି ଯାଉଛନ୍ତି ସମସ୍ତେ  ମାନବିକତା ର କଥା  l ଭୁଲି ଯାଉଛନ୍ତି  ଜାତି କଥା l ଭୁଲି  ଯାଉଛନ୍ତି  ଏ ଦେଶ  କଥା l

   ହେ! ଗୋପବନ୍ଧୁ  ତୁମେ ଏ ବିଷମ  ପରିସ୍ଥିତି ରେ ପୁଣି ଥରେ  ଅମର  ରାଇଜ ରୁ ଓଡିଶାକୁ  ଆସନ୍ତନୀ?

ଆପଣ  ଆସିଲେ  ଜାଗି ଉଠନ୍ତେ ଅନେକ ସ୍ବେଛାସେବୀ,ସମାଜ ସେବୀ ଓ ଜନ  ପ୍ରତିନିଧି l ଏ ଉତ୍କଳ

ପୁଣି ଫେରି  ପାଆନ୍ତା ତାର ପ୍ରକୃତ   ବନ୍ଧୁ କୁ ଯେ ସୁଖରେ, ଦୁଃଖରେ ହସରେ କାନ୍ଦରେ, ବନ୍ୟାରେ, ମରୁଡ଼ିରେ, ଛିଡା ହେଉଥିବା  ପ୍ରକୃତ ବନ୍ଧୁ ପରି  ବନ୍ଧୁ କୁ l



ମୋ ଭାଷାରେ  ପରିଶେଷରେ ଗୋପବନ୍ଧୁ ଙ୍କ ଅସୀମ ତ୍ୟାଗ,ନିଃସ୍ଵାର୍ଥପର ସେବା, ଭାଷା ପ୍ରୀତି ଓ ଜନହିତକର  କାର୍ଯ୍ୟାବଳୀ କୁ ସମ୍ମାନ ଉଦେଶ୍ୟ ରେ l


ତବ ପରି  ବନ୍ଧୁ ନାହିଁ ଗୋପବନ୍ଧୁ

ନାହିଁ କେହି ଜଗତରେ  l

ଆସନ୍ତକି ପୁଣି ଫେରି ଥରେ ମଣି 

ବନ୍ଧୁତ୍ୱ ତୁମକୁ ଝୁରେ ll