ପରଘର



●ପରଘର ●
☆☆☆☆☆

ଦୁନିଆଁର ଶ୍ରେଷ୍ଠ ସୃଷ୍ଟି ନାରୀ ବୋଲି କୁହାଯାଏ , କାହିଁକି  ନା ଆଉ ଗୋଟିଏ ଜୀବନ ସୃଷ୍ଟି କରିବାର କ୍ଷମତା ତା ପାଖରେ ଅଛି ।

ନାରୀ ର ଜୀବନ କୁ ଯଦି ପ୍ରଥମରୁ  ଦେଖିବା , ତେବେ କଣ ସହଜ ଲାଗିବ ଟା ଜୀବନା ଟା ?

ସବୁ ଘରେ ନହେଲେ ବି ଅଧିକାଂଶ ଘରେ ଛୋଟ ବେଳଠୁ ଝିଅକୁ ଆକଟ ।ତୁ ପରା ଝିଅ ପିଲା ,
ଏମିତି ଚାଲି ଶିଖ ।
ଏମିତି କଥା କହ ।
ଏମିତି ବସ ।
ସେମିତି ହସ ।

ଇତ୍ୟାଦି ଇତ୍ୟାଦି .......

ଯେତେ ପାଠ ପଢିଲେ , ଚାକିରୀ କରିଲେ କି ତାକୁ କୁହାଯାଏ ତୁ ପର ଘର ର ସମ୍ପତ୍ତି  ।
ସେହି ଦିନରୁ ହିଁ ଝିଅ ର ମନ ଭାଙ୍ଗିଯାଏ ।ଜନ୍ମ ହୋଇଥାଏ ଘର ଟି ତା ର ନୁହେଁ  ଜାଣି ମନ ମରିଯାଏ ।
ହେଲେ କଣ କରିବ , ଏ ତ ଦୁନିଆଁ ର ନିୟମ ।

ତାପରେ ସମୟ କ୍ରମେ ପଠାଇ ଦିଆଯାଏ ଶାଶୁଘରକୁ ।
ଯେତେ ଯାନି ଯୌତୁକ ଆଣୁ କି ଯାହା କରୁ ପ୍ରତ୍ୟେକ  ଦିନ ଯୌତୁକ ନିମନ୍ତେ ଶାଶୁ , ଶ୍ବଶୁର ଠୁ , ନଣନ୍ଦ ଙ୍କଠୁ ଶୁଣିବାକୁ ମିଳେ କଠୋର କଥା , ଯାହାକି ଛାତି ରେ କ୍ରୁଶ ବିଦ୍ଧ କରିଦେଲା ପରି ଲାଗେ ।ତଥାପି ସବୁ ସହିଯାଏ ।
ଭାବେ ବାପା , ମା ତ କହିଛନ୍ତି ଯିଏ ଯାହା କହିଲେ ବି ସହିଯିବୁ କାରଣ ସେଇଟା ତୋର ନିଜର ଘର ।

ନିଜ ଘରକୁ ଯେତେବେଳେ ନିଜର କରିବାକୁ ଲାଗେ କେହି ବି ପାଦ ଆଗକୁ ବଢାନ୍ତିନି ବରଂ ପାଦ ରେ କୁରାଢୀ ଘାତ ମିଳେ ।

ସବୁଦିନ ଶୁଣିବାକୁ ମିଳେ -- ତୋ ଘରୁ ତୁ ଏଇଟା ଶିଖିନୁ ?
ସେଇଟା ଶିଖିନୁ ?
ତୋ ଘର ଲୋକେ ତୋତେ କିଛି ଶିଖେଇ ନାହିଁ   ।

ଏ ତୋ ଘର , ତୋ ଘର ଶୁଣି ସେ ଜାଣି ପାରେନି କଣ ବୁଝିବ ।
ବାପା , ମା କହୁଛନ୍ତି  ଶାଶୁଘର ଟା ତୋ ଘର , ହେଲେ ଏଇଠି କହିବେ ତୋ ଘରୁ (ବାପ ଘରୁ) କିଛି ଶିଖିନୁ ।
ତେବେ ତା ଘର କେଉଁଠି । କିନ୍ତୁ ସେହି ସ୍ଥାନରେ କାହିଁ ତା ନଣନ୍ଦକୁ ତ  ଶିଖା ଯାଏନି କି  ଏଇଟା ତୋ ଘର ନୁହେଁ  କି ଶିଖା ଯାଏନି କି ଶାଶୁଘର ଟା ତୋ ଘର ।

କାହିଁକି  ପୁଅ ଟେ କୁ କୁହା ଯାଏନି ଏଇଟା ବାପ ଘର ବୋଲି , କେବଳ ଘର ବୋଲି କାହିଁକି  କୁହାଯାଏ  ....?

ଯଦି ଶାଶୁ ଘର ଟା ନିଜର ତେବେ ଏଇଠି ମନ ଖୋଲି କାହାକୁ କଥା କାହିଁକି  କହି ହୁଏନି....?

ପ୍ରତ୍ୟେକ  କଥା ରେ ଭୁଲ କାହିଁକି  ବଛା ଯାଏ ...  ?

ଆଗୁଆ ଖାଇ ପାରେନା  ।

ଜୋର୍ ରେ କଥା କହି ପାରେନା  ।

ମନ ଖୋଲି ହସି ପାରେନା  ।

କିଛି ପାଇଁ  ତାକୁ ସ୍ବାଧୀନତା ନଥାଏ ।

ଶାଶୁ ଘରର ବୋହୁ ଟେ ହୋଇଗଲା  ପରେ ବାପଘର ର ଏରୁଣ୍ଡି ପାରେଇ କିଛି ବି ଜିନିଷକୁ ଆଗ ପରି ଛୁଇଁ ଦେବାକୁ ସାହସ ହୁଏନି ।ସବୁ ଜିନିଷ ରେ ମାପି ଚୁପି ଚାଲିବାକୁ ମନ ହୁଏ ।

ବାପଘରେ  ଯେତେବେଳେ  ବାପା , ମା କୁହନ୍ତି କି ଏ ଘର ଏଥର ତୋ ଭାଉଜ ର , ତୁ କେବଳ ଦୁଇ ଦିନର କୁଣିଆ ।ଯାହା ଦରକାର ଆଉ ଇଚ୍ଛା ମୁତାବକ ଆଉ କହିବାକୁ ଇଚ୍ଛା  ହୁଏନା ।ସ୍ବାଭିମାନ ବାଧା ଦିଏ । ଶାଶୁ ଘର ର କଷ୍ଟ କହିବାକୁ ଇଚ୍ଛା ଥିଲେ ବି ମନ ମାରି ରହିଥାଏ କାରଣ ସେ ବାପା ,ମା ମନରେ ଦୁଃଖ ଦେବାକୁ ଚାହେଁ ନା । ମନରେ ଭାବେ ସେଇଟା ପରା ନିଜ ଘର ତେବେ ସେ କଥା ଆଉ କେଉଁ ଠି କେମିତି ରହିବି ।

ବାପଘରେ   ଟିକିଏ ବେଶୀ ଦିନ ରହିଗଲେ ମାଡି ମାଡି ପଡେ ।

ବାପଘର ବି ଲାଗେ ସେତେବେଳେ  ଶାଶୁ ଘର ପରି ।

ଜାଣି ବି ପାରେନି କେଉଁ ଟି ତାର ଘର ।

ବାପଘର ତ କେବେ ବି ନୁହେଁ  କାରଣ ଗୋତ୍ର କାଟି ପଠେଇ ଦେଇଛନ୍ତି ଆଉ ଗୋଟିଏ ଘରକୁ ।

ସାଥିରେ ଏ କଥା ବି କହିଥାନ୍ତି  - ଆଜି ତୋର ଯେଉଁ ଘର କୁ  ସବାରୀ ଉଠିଲା   , ସେଉଠୁ ତୋର ଶବ ଉଠିବ ।

ତେଣୁ ଯଦି ଏ ଘର ତା ର ତେବେ ଟିକିଏ କାମ ବିଳମ୍ବ ରେ ସ୍ବାମୀ କହିଦିଏ , ମୋ ଘର ପାଇଁ  ତୁମ କର୍ତ୍ତବ୍ୟ  ଜାଣି ପାରୁନ ବୋଧେ   ?

ତେବେ ସେ ଘର କଣ ଖାଲି ସ୍ବାମୀ ର  ସେ ସ୍ତ୍ରୀ ର ନୁହେଁ   ?

କେହି କାହିଁକି  ବୁଝନ୍ତିନି କି ନିଜର ଜନ୍ମିତ ମାଟି କୁ ଛାଡି ଆସିଛି ଏ ଘର କୁ ନିଜର କରିବାକୁ ।

ବାପ ଘରୁ ଶୁଣେ ସେ ପରଘର ସମ୍ପତ୍ତି  
ଆଉ ଶାଶୁ ଘରେ ଶୁଣେ ସେ ପରଘର ର ଝିଅ ।

ଏ ପର ଘର ଆଖ୍ୟା ଭିତରେ ସନ୍ତୁଳି ଉଠେ ନାରୀ ଟିର ମନ ।
କୁହୁଳି ଉଠେ ଭିତର ଟା ।
ଲୁହ କୁ ଗରଳ ପରି ପିଇଯାଏ ସେ ।
ଦୁଃଖ ସବୁ ଖାଲି ରାତିରେ ପାଣି ଧାରରେ ବହିଯାଏ  ତକିଆ ଉପରେ ।ପୁଣି ଥରେ ସକାଳରେ ଲାଗିଥାଏ କାମରେ । କିଛି ଅପମାନ , କିଛି ଅପବାଦ  କିଛି ଗାଳି , କିଛି  ଧିକ୍କାର ରେ ଭରିଯାଏ ତା ଝୁଲି  ।

ପର ଘର ଠେଲା ଠେଲି ଭିତରେ କେବଳ ଜୀବନକୁ ଅତିବାହିତ  କରି ଚାଲେ ମନର ସବୁ କୋହକୁ ମନରେ ହିଁ ଚାପି ଧରି.............।

●Priyadarsini Das Mohanty ●
●Asst teacher ●
●Balasore●

  Never miss a story from us, get weekly updates in your inbox.