ଈଶ୍ୱରଙ୍କ ଆଵଶ୍ୟକତା

**
✍️ରାଜବାଳା
👉ମଣିଷଟିଏ ସକାଳୁ ଉଠେ ନିତ୍ୟକର୍ମ କରେ ଗାଧୋଇ ପାଧୋଇ ଖିଆ ପିଆ କରି କାମକୁ ବାହାରି ଯାଏ। ଦିନ ଯାକ କାମ କରିଲା ପରେ ଦିନ ଶେଷରେ ଘରକୁ ଫେରେ, ପରିବାର ସହ ସମୟ ବିତାଏ ପୁଣି ଖିଆ ପିଆ କରି ଶୋଇଯାଏ। ପୁଣି ଆର ଦିନ ସକାଳୁ ସେଇ ସମାନ ଜୀବନର ଆରମ୍ଭ ହୁଏ। ସମ୍ପୂର୍ଣ୍ଣ ଜୀବନ ଚର୍ଚ୍ଚାକୁ ଲକ୍ଷ୍ୟ କରନ୍ତୁ କେଉଁଠି ବି ଆପଣଂକୁ ଭଗବାନଙ୍କ ଆଵଶ୍ୟକତା ଅନୁଭବ ହେଉଛି କି??
👉ସଡକ ଦୁର୍ଘଟଣା ସମୟରେ ପୋଲିସ, ଆମ୍ବୁଲାନ୍ସ  ଓ ଡାକ୍ତର, ଘର ପୋଡି ସମୟରେ ଦମକଳ, ବନ୍ୟା ବାତ୍ୟା ସମୟରେ ସରକାରୀ ଓ ସ୍ୱେଚ୍ଛାସେବୀମାନଂକର ସାହାଯ୍ୟ,  ରୋଗ ବୈରାଗ ସମୟରେ ଡାକ୍ତରଙ୍କ ସାହାଯ୍ୟ ଲୋଡୁଥିବା ମଣିଷଟିକୁ ଏହି ସବୁ ସମୟରେ କେବେ ଭଗବାନଙ୍କ ଆଵଶ୍ୟକତା ଅନୁଭବ ହୋଇଛି କି??👉ନିଜର ସମସ୍ତ ଛୋଟ ବଡ଼ ଅସୁବିଧା ବିଭିନ୍ନ ପର୍ଵ ପର୍ବାଣୀ, ସାମାଜିକ ଫାଂକ୍ସନ,  ପିଲା ଜନ୍ମ ହେଉ ବା ମୃତାହ କର୍ମ ସବୁ  ସମୟରେ ପରିବାର ଓ ନିଜର ଆଖପାଖର ମଣିଷମାନେ ହିଁ ସାହାଯ୍ୟ ସହଯୋଗର ହାତ ବଢ଼େଇ ଥାନ୍ତି। 👉କେବେ ଶୁଣିଛନ୍ତି କି କାହାର ରକ୍ତ ଆଵଶ୍ୟକ ଥିଲା ବେଳେ ଜଗନ୍ନାଥ ଆସି ରକ୍ତ ଦେଲେ, କାହାର କିଡନୀ ବା ଅନ୍ୟ ଅଙ୍ଗ ଆଵଶ୍ୟକତା ଥିଲେ ମାଆ ଲକ୍ଷ୍ମୀ ଆସି ଯୋଗାଇ ଦେଲେ, କାହାର ପଇସା ଅଭାବରେ ଶିବଙ୍କ ଠାରୁ ଦାନ ବା ଋଣ ମିଳିଲା। ନାହିଁ କେବେ ନୁହେଁ।
👉ଛୁଞ୍ଚିରୁ ଆରମ୍ଭ କରି କମାଣ ଯାଏଁ, ଚକରୁ ଆରମ୍ଭ କରି ବୁଲେଟ ଟ୍ରେନ ଯାଏଁ ନିଜର ସୁବିଧା ପାଇଁ ଯେତେ ସବୁ ଆବିଷ୍କାର/ଉଦ୍ଭାବନ ମଣିଷ ନିଜେ କରିଛି। କୌଣସି ଭଗବାନ କିଛି ଆବିଷ୍କାର କରିଥିବାର ଶୁଣିଛନ୍ତି କି??👉ମଣିଷ ନିଜର ସମସ୍ତ ପ୍ରକାର ଆଵଶ୍ୟକତା ଓ ସହଯୋଗ ପାଇଁ କେବଳ ମଣିଷମାନଙ୍କ ଉପରେ ହିଁ ନିର୍ଭର କରିଥାଏ। ତେବେ ଜାତି ଜାତିର ଧର୍ମ ଓ ଭଗବାନଙ୍କ ଆଵଶ୍ୟକତା କେଉଁଠି ପଡିଲା। କାହିଁକି ତାକୁ ନେଇ ଯେତେ ସବୁ ଅବ୍ୟବସ୍ଥା, ଗଣ୍ଡଗୋଳ, ହିଂସା କାଣ୍ଡ। କାହିଁକି ଆମେ ସେହି ସବୁର ମୁଲ୍ୟ ମଣିଷଠୁ ଅଧିକ ବୋଲି ଭାବି ଆସିଛୁ???? 👉କେତେ ଜଣ କୁହନ୍ତି ଭଗବତ ବିଶ୍ଵାସରେ ମାନସିକ ଶକ୍ତି ମିଳେ। ମୁଁ କହିବି ଏହା ଆପଣଙ୍କର ଭ୍ରାନ୍ତ ଧାରଣା। ଯଦି ଆପଣଙ୍କ ପ୍ରିୟଜନଙ୍କର ଦେହ ଅସୁସ୍ଥ ଆପଣ ଭଗବାନଙ୍କୁ ଡାକିଲେ କଣ ଭଲ ହେଇଯାଉଛନ୍ତି କି?? କଣ ଡାକ୍ତରଙ୍କ ପାଖକୁ ନେବା ଦର୍କାର ପଡୁନି କି?? ଉତ୍ତର ଆପଣ ନିଶ୍ଚିତ ଜାଣନ୍ତି। ଆମେ ଭଗବାନଙ୍କୁ ଡାକିବାରୁ ନୁହେଁ ଆମର ଡାକ୍ତରଙ୍କ ଉପରେ ବିଶ୍ୱାସ ଆମକୁ ମାନସିକ ଶକ୍ତି ଦିଏ। ଥରେ ପରୀକ୍ଷା କରି ଦେଖନ୍ତୁ ଆପଣ ଭଗବାନଙ୍କୁ ନ ଡାକିଲେ ବି ଡାକ୍ତରଙ୍କ ଚିକିତ୍ସା ବଳରେ, ଚିକିତ୍ସା ବିଜ୍ଞାନର ଉନ୍ନତି ବଳରେ ହିଁ ଆପଣଙ୍କ ପ୍ରିୟଜନ ସୁସ୍ଥ ହୋଇ ଯାଆନ୍ତି।
👉 ଲକ୍ଷ୍ୟ କରି ଦେଖନ୍ତୁ ଭଗବାନଙ୍କ ଉପରେ ନିର୍ଭରଶୀଳତା ଆପଣଂକର ସ୍ୱତ୍ୱ ପ୍ରବୃତ୍ତ ନୁହେଁ। ତାହା ପିଲାବେଳୁ ଆପଣଙ୍କ ମୁଣ୍ଡରେ ଜୀବନରେ ଜାଣି ଶୁଣି ଭର୍ତ୍ତି  କରାଯାଇଛି। ଏବଂ ବର୍ଷ ବର୍ଷ ଧରି ଏହି ନିର୍ଭରଶୀଳତାକୁ ଆଗକୁ ଆଗକୁ ନିଆଯାଉଛି। ଆପଣଂକୁ ପିଲାଦିନୁ ହିଁ ଅଳ୍ପ ଅଳ୍ପ କରି ଧର୍ମର ନିଶା ଦେଇ ଦେଇ ନିଶାଖୋର ବନାଯାଉଛି। ଆପଣ ଧୀରେ ଧୀରେ ଆତ୍ମବିଶ୍ୱାସହୀନ ବ୍ୟକ୍ତିରେ ପରିଣତ ହୋଇ ଜୀବନର ସବୁ ଘଟଣା ପାଇଁ ଉପରକୁ ହାତ ଟେକି ଦେବାକୁ ବିବଶ ହେଉଛନ୍ତି। ଏକ ମିଛ ମାୟାର କଲ୍ପନାରେ ଘାଣ୍ଟି ହୋଇ ମନୁଷ୍ୟ ଠାରୁ ଏକ କାଳ୍ପନିକ ସତ୍ତାକୁ ଅଧିକ ପ୍ରଶୟ ଦେଇଆସୁଛନ୍ତି।
👉ତେଣୁ ଆପଣଂକର ଭଗବାନଙ୍କ ଉପରେ ନିର୍ଭରଶୀଳତା ସମ୍ପୂର୍ଣ୍ଣ ଅହେତୁକ ଓ ଅନାବଶ୍ୟକ। ଆମର ଜୀବନର କୌଣସି ଅଂଶରେ ମଧ୍ୟ ଭଗବାନଙ୍କର ଆଵଶ୍ୟକତା ନାହିଁ। ଆମର ଭଗବାନ ଭଳି ଏକ କାଳ୍ପନିକ ସତ୍ତା ଉପରେ ନିର୍ଭରଶୀଳତା ଠିକ ନିଶା ସେବନ ପରି ଏକ ଖରାପ ଅଭ୍ୟାସ। ଠିକ ନିଶା ପରି ଏହା ଆମକୁ କାବୁ କରି ନିଏ ଏବଂ ଠିକ ସେହିପରି ଏହା ପ୍ରତ୍ୟେକ ମଣିଷ ସହ ସମାଜ ପାଇଁ ମଧ୍ୟ କ୍ଷତିକାରକ ଓ ଏହାର ଉନ୍ନତିରେ ବାଧକ।
#ଏହି ବିଷୟକୁ ମୁକ୍ତ ମନରେ ଅନୁଶୀଳନ କରନ୍ତୁ... ଧର୍ମ ଓ ଭଗବାନର ନିଶାରୁ ମୁକ୍ତ ହୋଇ ହେତୁବାଦ ଓ ମାନଵବାଦର ପଥରେ ଅଗ୍ରସର ହୁଅନ୍ତୁ...👍

  Never miss a story from us, get weekly updates in your inbox.