ସମଲୈଙ୍ଗିକତା

*ସମଲୈଙ୍ଗିକତା* ✍️ରାଜଵାଳା ଯେଉଁ ସମାଜରେ ପୁରୁଷ ଓ ନାରୀ ସମ୍ବନ୍ଧୀୟ ବିଷୟ ଗୁଡିକୁ ବିଶେଷ କରି ଯୌନ ସମ୍ବନ୍ଧକୁ ନୈତିକତା ଓ ଚରିତ୍ର ସହ ଯୋଡି ଦେଖାଯାଏ, ଯାହା ଉପରେ ଖୋଲାଖୋଲି ଭାବରେ ଆଲୋଚନା କରିବା କଥା ହେବାକୁ ଖରାପ ବୋଲି ମନେ କରାଯାଏ, ସେହି ପରି ପରିସ୍ଥିତିରେ ସମଲିଙ୍ଗୀ ସମ୍ବନ୍ଧ ସମ୍ପର୍କରେ ଆଲୋଚନା କରିବା ଏକ ଦୁରୁହ ବ୍ୟାପାର। କିନ୍ତୁ ଭାରତୀୟ ସମାଜର ଏହି ନିଷିଦ୍ଧ ଦିଗକୁ ଅନାଵରଣ କରି 2018 ସେପ୍ଟେମ୍ବର ମାସର 8 ତାରଖରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କ ଦଣ୍ଡନୀୟ ନୁହେଁ ବୋଲି ଏକ ଯୁଗାନ୍ତକାରୀ ଆଇନ ପ୍ରଣୟନ କରିଥିଲେ। ଯାହା ସ୍ୱାଗତ ଯୋଗ୍ୟ। ଜଣେ ମଣିଷର ଅନ୍ୟ ଏକ ମଣିଷ ପ୍ରତି ସ୍ୱତଃ ପ୍ରବୃତ ଭାବରେ ସୃଷ୍ଟି ହେଉଥିବା ଯୌନଆଚାର ମୁଖ୍ୟତଃ ଚାରି ପ୍ରକାର ହୋଇଥାଏ। 1. Heterosexuality (ବିସମଲିଙ୍ଗୀ) : ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବା । 2.homosexuality( ସମଲିଙ୍ଗୀ) : ସମାନ ଲିଙ୍ଗ ବିଶିଷ୍ଟ ବ୍ୟକ୍ତି ମାନଙ୍କ ପ୍ରତି ଆକର୍ଷିତ ହେବା 3.bisexuality ( ଉଭୟଲିଙ୍ଗୀ) : ଉଭୟ ବିପରୀତ ଓ ସମାନ ଲିଙ୍ଗ ବିଶିଷ୍ଟ ବ୍ୟକ୍ତିମାନଙ୍କ ପ୍ରତି ଆକର୍ଷିତ ହେବା 4. Asexuality (ଯୌନପ୍ରବଣତାହୀନ) : କାହା ପ୍ରତି ଯୌନାକର୍ଷଣ ଅନୁଭବ ନ ହେବା। ଉପରୋକ୍ତ ଚାରି ପ୍ରକାରର ଯୌନାଚାର ମଧ୍ୟରୁ କେବଳ ବିସମଲିଙ୍ଗୀକୁ ସମାଜର ମୁଖ୍ୟସ୍ରୋତରେ ଗ୍ରହଣ କରାଯାଇଛି । ତାହାର ଅନେକ କାରଣ ଭିତରୁ ଯୌନତାକୁ ସନ୍ତାନ ସୃଷ୍ଟି ସହ ଯୋଡି କରି ଦେଖିବା ଅନ୍ୟତମ। ଏହି ଗ୍ରହଣୀୟତା ସ୍ୱାଭାବିକ ଏବଂ ସ୍ୱାଗତ ଯୋଗ୍ୟ ମଧ୍ୟ। କିନ୍ତୁ ମାନଵ ସଭ୍ୟତାରେ ଦେଖା ଯାଉଥିବା ଅନ୍ୟ ସମସ୍ତ ଯୌନାଚାର ମଧ୍ୟ ଆଲୋଚନା ଯୋଗ୍ୟ। ଉଭୟଲିଙ୍ଗୀ ଓ ଯୌନପ୍ରବଣତାହୀନ ବ୍ୟକ୍ତିମାନେ ଯେତେ ଆଲୋଚନା ପରିସରରେ ଆସନ୍ତି ନାହିଁ, ସୁପ୍ରିମକୋର୍ଟର ରାୟ ପରେ ପରେ ସମଲିଙ୍ଗୀ ସମ୍ବନ୍ଧ ଏବେ ଆଲୋଚନାର ପରିସର ଭୁକ୍ତ। 👉ସମଲୈଙ୍ଗିକତା ସମାନ ଲିଙ୍ଗ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଥିବା ପ୍ରେମ ଆକର୍ଷଣ, ଯୌନ ଆକର୍ଷଣ ବା ଯୌନ ବ୍ୟବହାରକୁ ଦର୍ଶାଏ। ଯେତେବେଳେ ସମଲୈଙ୍ଗିକତା କଥା ଆସେ, କିଛି ବ୍ୟକ୍ତି ଏହାକୁ ଅପ୍ରାକୃତିକ ବୋଲି କହିଥାନ୍ତି। କିନ୍ତୁ ଅପ୍ରାକୃତିକ କହିଲେ ପ୍ରକୃତରେ କଣ ବୁଝାଏ?? ଯଦି ଏହା ସନ୍ତାନ ସୃଷ୍ଟି ସହ ସମ୍ପର୍କିତ କୁହାଯାଏ ତେବେ ଏହାକୁ ଅପ୍ରାକୃତିକ କୁହାଯାଇ ପାରେ। କିନ୍ତୁ ଯଦି ଏହା ପ୍ରକୃତିରେ ଦେଖା ଯାଏ କି ନାହିଁ ଅନୁସାରେ କୁହାଯାଏ ଏହା ଅପ୍ରାକୃତିକ କୁହାଯାଇ ପାରିବ ନାହିଁ। ସମଲିଙ୍ଗୀ ସମ୍ବନ୍ଧ ବେଶ ସାଧାରଣ ଓ ପ୍ରାଚୀନ କାଳରୁ ଦେଖା ଯାଇ ଆସିଛି। ଏକ ସର୍ବେକ୍ଷଣ ଅନୁସାରେ ଦୁଇରୁ ଏଗାର ପ୍ରତିଶତ ବ୍ୟକ୍ତି ସମଲିଙ୍ଗୀ ଯୌନାଚାର ଆଚରଣ କରନ୍ତି। କେବଳ ମାନଵ ସମାଜରେ ନୁହେଁ ଏହା ପଶୁମାନଙ୍କ ମଧ୍ୟରେ ମଧ୍ୟ ଦେଖାଯାଏ। ଛଅରୁ ଦଶ ପ୍ରତିଶତ ଅଣ୍ଡିରା ମେଣ୍ଢା ଅନ୍ୟ ଅଣ୍ଡିରା ମେଣ୍ଢାଙ୍କ ସହ ଯୌନ ବ୍ୟବହାର ଦେଖାନ୍ତି । କିଛି ମାଈ ଜାପାନୀ ମାଙ୍କଡ଼, ଆମେରିକୀୟ ଗୟଳଙ୍କ ମଧ୍ୟରେ ସମଲିଙ୍ଗୀ ବ୍ୟବହାର ଦେଖିବାକୁ ମିଳେ। ଦଶ ଜିରାଫ ଯୋଡ଼ା ମଧ୍ୟରୁ ହାରାହାରି ନଅ ଯୋଡ଼ା ପୁରୁଷ ଯୋଡ଼ା ହୋଇଥାଏ। ବନୋଵୋ (ଏକ ଜାତିର ବାନର) ଏକ ମାତୃପ୍ରଧାନ ଗୋଷ୍ଠୀ ତିଆରି କରନ୍ତି ଯେଉଁଥିରେ 60 ପ୍ରତିଶତ ସମ୍ବନ୍ଧ ମାଈ ବନୋଵୋ ଭିତରେ ଦେଖାଯାଏ । ସିଂହମାନଙ୍କ ମଧ୍ୟରେ 8 ପ୍ରତିଶତ ସମ୍ବନ୍ଧ ଅଣ୍ଡିରା ମାନଙ୍କ ମଧ୍ୟରେ ଦେଖା ଯାଏ। ସମଲିଙ୍ଗୀ ସମ୍ପର୍କ କୁକୁରମାନଙ୍କ ମଧ୍ୟରେ ମଧ୍ୟ ଦେଝା ଯାଇଛି। ପକ୍ଷୀମାନଙ୍କ ମଧ୍ୟରେ ଏକ ଚତୁର୍ଥାଂଶ କଳା ହଂସ ସମଲିଙ୍ଗୀ ସମ୍ପର୍କ ଆଚରଣ କରନ୍ତି। ଏପରିକି ପେଙ୍ଗୁଇନମାନଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ଦେଖା ଯାଇଛି। ଏକ ଅଧ୍ୟୟନ ଅନୁସାରେ ସାମୁଦ୍ରିକ ପକ୍ଷୀ ସି ଗଲ ମଧ୍ୟରୁ 85 ପ୍ରତିଶତ ସମଲିଙ୍ଗୀ ଯୋଡ଼ା ଦେଖିବାକୁ ମିଳେ। କପୋତ, ଶାଗୁଣା, ଝିଟିପିଟି, ହେଟା, ହାଇନା, ମାଛି,କଙ୍କି, ତଥା ଅଗଣିତ ପଶୁମାନଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ଦେଖା ଯାଏ, ଯାହା "ସମଲିଙ୍ଗୀ ଏକ ଅପ୍ରାକୃତିକ ବ୍ୟବହାର" ଏହି ଧାରଣା ଉପରେ କୁଠାରଘାତ କରେ। ଯୌନ ଅଭିବିନ୍ୟାସ ଏକ ଅତି ଜଟିଳ କଥା। ଯଦିଓ ସମଲିଙ୍ଗୀ ସମ୍ପର୍କର ସଠିକ କାରଣ ଆଜି ଯାଏଁ ଜଣା ପଡି ନାହିଁ। କିନ୍ତୁ କିଛି ବୈଜ୍ଞାନିକ ଅଧ୍ୟୟନ ଏହାର କିଛି ଦିଗକୁ ଆଲୋକପାତ କରେ। ଆମେରିକା ସୋସାଇଟି ଅଫ ହ୍ୟୁମାନ ଜେନେଟିକ୍ସ, ବାଲ୍ଟିମୋରର ଅଧ୍ୟୟନ ଅନୁସାରେ ପୁରୁଷ ପୁରୁଷମାନଙ୍କ ମଧ୍ୟରେ ଦେଖା ଯାଉଥିବା ଯୌନାକର୍ଷଣ ଏକ ଏପିଜେନେଟିକ ପ୍ରଭାବ ଅଟେ। ରସାୟନ ଦ୍ୱାରା ହେଉଥିବା ଜିନର କ୍ରମରେ ହେଉଥିବା ପରିବର୍ତ୍ତନ ହେବା ପାଇଁ ଦାୟୀ ହୋଇପାରେ। ସମଲିଙ୍ଗୀ ସଂପର୍କକୁ ନିୟନ୍ତ୍ରଣ କରୁଥିବା gene ଅଷ୍ଟମ ଯୋଡ଼ା କ୍ରୋମଜମ ବା x chromosomeର Xq28 gene ସହ ସମ୍ପର୍କିତ ହୋଇପାରେ। 👉ସମଲିଙ୍ଗୀ ଏକ ଚୟସ୍ କି?? ଯଦି ଆପଣ ଏହା ସମଲିଙ୍ଗୀ ବ୍ୟକ୍ତିମାନଙ୍କୁ ପଚାରିବେ ତେବେ ଆପଣ ଜାଣିପାରିବେ କି ଏହା ଏକ choice ନୁହେଁ। ଆପଣ ବା ମୁଁ କେହି ଚାହିଁଲେ ସମଲିଙ୍ଗୀ ହୋଇପାରିବା ନାହିଁ ଯଦି ଆମର ଯୌନଆଚାର ସମଲିଙ୍ଗୀ ହୋଇନଥିବ। କେବେ ଭାବିଛନ୍ତି କି କିଛି ବ୍ୟକ୍ତି କେଉଁ କାରଣରୁ ଏପରି ଏକ ବ୍ୟବହାର କରିବାକୁ ପସନ୍ଦ କରିବେ ଯାହା ସମାଜ ପାଇଁ ଅନୈତିକ ଓ ଘୃଣ୍ୟ। ଯାହାର ପରିପ୍ରକାଶ ଦ୍ୱାରା ସେମାନେ କେବଳ ସମାଜ ଦ୍ୱାରା ନୁହେଁ ପରିବାର ଦ୍ୱାରା ଲାଂଛିତ ବା ପରିତକ୍ତ୍ୟ ହେବାର ସମ୍ଭାବନା ସୃଷ୍ଟି ହେବ। ସମ୍ପତି ଓ ଅଧିକାରରୁ ବଂଚିତ ହେବେ। ଏକ ସ୍ୱାଭାବିକ ଜୀବନ ବଂଚିବାରୁ ବଞ୍ଚିତ ହେବେ। ଏପରିକି କିଛି ଅଞ୍ଚଳରେ ଅପରାଧୀ ବୋଲି ଘୋଷିତ ହେବେ। କିଛି ନିର୍ଦ୍ଧିଷ୍ଟ ଧର୍ମ ସମଲିଙ୍ଗୀମାନଙ୍କ ପାଇଁ ଏତେ ଅସହିଷ୍ଣୁ ଯେ ସେମାନଙ୍କୁ ମୃତ୍ୟ ଦଣ୍ଡ ମଧ୍ୟ ଦେବାକୁ ପଛାନ୍ତି ନାହିଁ। ଇସଲାମରେ ଏହିମାନଙ୍କୁ ଜୀବନ୍ତ ପୋଡିମାରିବାର ବ୍ୟବସ୍ଥା ଅଛି। ଏପରି ଜୀବନ କେବେ କିଏ ବାଛିବାକୁ ଇଛା କରିବ କି?? ଆମେ ନିଜର ଯୌନ ଅଭିବିନ୍ୟାସ ଚୟନ କରୁନା । ବରଂ ଅନେକ ଜିନିୟ, ହରମୋନ ବା ଅନ୍ୟ କିଛି ଶାରିରିକ factor ଏହା ପାଇଁ ଦାୟୀ। ଜାତୀୟ ମାନସିକ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁସାରେ ଯୌନ ଅଭିବିନ୍ୟାସ ଏକ ଜଟିଳ ପ୍ରକ୍ରିୟା ଓ ଜୀବ ବିଜ୍ଞାନ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରାୟତଃ ବ୍ୟକ୍ତିମାନେ ନିଜର ଯୌନଅଭିବିନ୍ୟାସ ଜନ୍ମରୁ ନେଇ ଆସିଥାନ୍ତି ଓ ବୟସର ବୃଦ୍ଧି ସହ ଏହାର ଅଭିବ୍ୟକ୍ତି ହୋଇଥାଏ। ଆମ ଚାରିପାଖର ବିଭିନ୍ନ ଯୌନଅଭିବିନ୍ୟାସ/ ଯୌନାଚାରକୁ ବୁଝିବା, ଏହାକୁ ପ୍ରାକୃତିକ ଭାବରେ ଗ୍ରହଣ କରିବା। ଆମକୁ ପସନ୍ଦ ନ ଆସିଲେ ମଧ୍ୟ ଅନ୍ୟର ବ୍ୟକ୍ତିଗତ ଯୌନାଚାରକୁ ସମ୍ମାନ ଦେବା, ଯୌନାଚାରକୁ ବ୍ୟକ୍ତିର ଚରିତ୍ର, ବ୍ୟକ୍ତିତ୍ୱ ବା ନୈତିକତା ସହ ନ ଯୋଡି ଏକ ସ୍ୱାଭାବିକ ଶାରୀରିକ ବ୍ୟବହାର ଭାବରେ ଗ୍ରହଣ କରିବା ଏହି ଆଲେଖ୍ୟଟିର ଉଦେଶ୍ୟ। ପ୍ରତ୍ୟେକ ମଣିଷ ସମ୍ମାନର ଯୋଗ୍ୟ🙏 #ତରଙ୍ଗ ପ୍ଲସ originalର ନୂତନ ପ୍ରୟାସ #ଚୁମ୍ବକ ପରିପ୍ରେକ୍ଷୀରେ

  Never miss a story from us, get weekly updates in your inbox.