ଘରେ ରୁହନ୍ତୁ , ସୁରକ୍ଷିତ ରୁହନ୍ତୁ

**ଘରେ ରୁହ , ସୁରକ୍ଷିତ ରୁହ , ସୁସ୍ଥ ରୁହ**
•••••••••••••••••••••••••••••••••••••••••

ଅାରେ ଭାଇ କାହିଁକି ଏତେ ନାଖରାମି ।ଯେତେବେଳେ ଛୁଟି ମିଳୁ ନ ଥାଏ ସେତବେଳେ ଘରେ କେବେ ରହିବା ସେଇ ଚିନ୍ତା ଥାଏ ।ବ୍ୟସ୍ତ ଭିତରେ ଘର ପାଇଁ ସମୟ ମିଳୁନି ବୋଲି ବିରକ୍ତି ଲାଗୁଥାଏ ।କେବେ ଯେ ରହିବାର ଆସିବ ଟିକେ ଶାନ୍ତି ରେ ଘରେ ରହି ହେବ ସେଇ ଚିନ୍ତା ଥାଏ ।

ପୁଣି ସ୍ବାମୀ କୁ ସ୍ତ୍ରୀ ର ଆଉ ସ୍ତ୍ରୀ ର ସ୍ବାମୀ କୁ complain କି  ତୁମେ ମୋ ପାଇଁ ସମୟ ଦେଉନ ।

ତ ଠିକ୍ ଅଛି ନା ।ଏବେ ତ ସମୟ ମିଳିଛି ।ଘରେ ରୁହ ।ସୁରକ୍ଷିତ ରୁହ ।

ଏତେ ବାହାରକୁ ଯିବା ପାଇଁ ମନ ଛନ ଛନ କିଆଁ ...???

ପତି ପତ୍ନୀ ପ୍ରେମାଳପ କର ।partener ର ଆଖିରେ ନିଜକୁ ଦେଖ । ଯଦି ବର୍ଷ ଯାକର କିଛି କଥା ବାକି ରହିଛି ଆଲୋଚନା କର ।ନହେଲେ ଅଧା ଘଣ୍ଟା ବସି diary  ରେ ଲିଷ୍ଟ୍ କରି ରଖି ତାପରେ ମନର ଭାବନା ବାଣ୍ଟ ।

ନିଜ ପିଲାକୁ ଟାଇମ ଦିଅ ।କର୍ମମୟ ଜୀବନ ରେ ଯାହା ଯାହା କରି ନ ପରିବାର ଅବଶୋଷ ରହିଛି ତାକୁ ପୂରଣ କର ।

କାହିଁକି ଏମିତି ସମୟ ଆଉ ଆଗକୁ ମିଳିବନି ।

ଗୋଟିଏ ଗୋଳି ରେ ବହୁତ୍ ଶୀକାର ଏବେ ହୋଇ ପାରିବ ।

୧...
ଘରେ ରହି ସୁସ୍ଥ ରହି ପାରିବ ।
୨...
ହାତ କୁ ଠିକ୍ ଭାବରେ ଧୋଇ ଏଵଂ ଅନ୍ୟ ଜିନିଷ କୁ ଧୋଇ ସଫା କରି ବ୍ୟବହାର କରି ନିଜ ପରିବାର କୁ ସୁସ୍ଥ ରଖି ପାରିବ  ।

୩....
ସରକାର ଙ୍କ lock down କୁ  ସମ୍ପୂର୍ଣ୍ଣ ଭାବରେ ସହଯୋଗ ହୋଇ ପାରିବ  ।

୪.... ଏ ମହାମାରୀ କୁ ପରବର୍ତ୍ତୀ ଷ୍ଟେଜ ରୁ ଦୂରେଇ ରଖି ଓଡ଼ିଶା ତଥା ଭାରତ କୁ ସୁସ୍ଥ ରଖି ପାରିବ   ।

୫ ..... ପକୁଡ଼ି ବନେଇ ଟିଭି ଆଗରେ ବସି ନିଜ ସାଥୀ ସହ ସୁନ୍ଦର ବାର୍ତ୍ତାଳାପ କରି ସମସ୍ତ ମାନ ଅଭିମାନ ଦୂର କର😜😜😜

ଆରେ ଆଉ କେତେ ଲାଭ ଦରକାର ଯେ ।

ଆମେ ଠିକ୍ ରହିବା ତା ପାଇଁ ସରକାର ଚେତାବନୀ ଦେବେ ।କାଇଁ ଆମେ କଣ ଏ ସମାଜର ଗୋଟେ ଅଂଶ ନୁହେଁ କି ...?
ଗୋଟିଏ ଗୋଟିଏ ବ୍ୟକ୍ତି ସଜାଗ ହେଲେ ସିନା ଏ ସମାଜ ଟା ସଜାଗ ହେବ ।
ଆଉ ତାହେଲେ ତୁଛା ଟାରେ ବାହାରେ ଡେଇଁ ବା ପାଇଁ ଏତେ ଉଚ୍ଛନ୍ନ କିଆଁ ....??
ତାପରେ ମୁଁ ଦେଖୁଛି  କେତେ ଠକ ଯେଉଁମାନେ ଅନ୍ୟ ଦିନରେ ଘରେ ରହିବାର ବାହାନା ଖୋଜନ୍ତି ସେଇ ମାନେ ଏବେ ବେଶୀ long jump  ମାରୁଛନ୍ତି କି ହେଶ୍ କେତେ ଆଉ ଘରେ ବସିବା ।

ଭାଇ ରେ ତୁମ ସେ ପାଦରେ ଶିକୁଳି ପକେଇ ଦିଅ , ବାହାର କୁ ଯାଇ ଖଟି ମାରିବା ଭାବନା କୁ pause ମାରି ଦିଅ ଆଉ ନିଜେ ସୁସ୍ଥ ରୁହ ଅନ୍ୟକୁ ବି ସୁସ୍ଥ ରହିବା ପାଇଁ ସାହାଯ୍ୟ କର ।

ସମସ୍ତ ନିୟମାବଳୀ କୁ ମାନି ଚାଲ ।

ଦେଖିବ ଦେଶ କୁ ସୁସ୍ଥ ରଖିବାରେ ତୁମର ଅବଦାନ ହିଁ ସବୁଠୁ ବେଶୀ ରହିବ , ଯାହା ପାଇଁ ତୁମେ ନିହାତି ଗର୍ବ କରିବ  ।

•••Priyadarsini Das Mohanty .••
•••Nabara Nodal U.P. School .••
••••Balasore •••

  Never miss a story from us, get weekly updates in your inbox.