"ଆତ୍ମଜ୍ଞାନ"


(ସପ୍ରେମ ଜୟ ଜୀବ )
1. ଯେ ଅନ୍ୟ ନୁହେଁ ସେ ଅନନ୍ୟ ଅଟେ। ନିଜ କୁ ଛାଡି ଦେଲେ ବାକି ସବୁ ଅନ୍ୟ। ନିଜର ଜୀବ ନିଜର ଆତ୍ମା ଅନନ୍ୟ ଅଟେ।
2. ଯେ ଆତ୍ମା ର ଉପାସନା କରେ ନିତ୍ୟ ଯୁକ୍ତ, ଏହି ଉପାସକର ଏହି ଅହମ୍ ହିଁ ଯୋଗ କ୍ଷମ କରେ।
3. ଆମେ ଅନ୍ୟ ଲୋକ ସହିତ ମିଳିତ ହେଲେ ମଧ୍ୟ କେବେ କେବେ ଅଲଗା ହେଇଯାଉ। କିନ୍ତୁ ନିଜେ ନିଜ ସହ ନିତ୍ୟ ଯୁକ୍ତ ଅଟୁ।
4. ଯେ ଆତ୍ମା ର ଉପାସନା କରିବା ପରେ ଯୋଗ କ୍ଷମ ର ଅଧିକାରି ହୋଇଥାଏ, ସେ ଅହମ୍ ଅଟେ।
5. ସବୁ ପ୍ରାଣୀ ମଧ୍ୟରେ ଯେ ଜୀବ ରୂପରେ ଜୀବନ ଅଛି, ତାହା ମୁଁ ଅଟେ।ଏଥିରୁ ପ୍ରମାଣ ଯେ ଆତ୍ମା ର ଅନ୍ୟ ନାମ ମଧ୍ୟ ଅହମ୍ ଅଟେ।
6.ନିଜେ ଯାହା କିଛି ପାଇଛ ସବୁ ନିଜର ପରିଶ୍ରମ, ବୁଦ୍ଧି ବଳ,  ଶୁଭଭାବନା, ଜ୍ଞାନ,  କର୍ମ, ଆତ୍ମ  ବଳ , ଶ୍ରଦ୍ଧା, ଇଛାଶକ୍ତି,  ବିଶ୍ଵାସ ର ଫଳ।
7.ସ୍ବାବଲମ୍ବି ହୁଅ ନିଜ କର୍ମ ଉପରେ ବିଶ୍ବାସ ରଖ। ଈଶ୍ଵର ଭରସା ରେ ରହିବା ଲୋକ କିଛି କରିପାରେନାହିଁ।
8. କାଳ୍ପନିକ ଈଶ୍ଵର ର ଅସ୍ତିତ୍ବ କେବଳ କଳ୍ପନାରେ ପୋଥି, ପୁରାଣ ଛଡା ଅନ୍ୟ କେଉଁଠାରେ ନାହିଁ।
9. ଆତ୍ମା ଦ୍ବାରା ଏ ଜୀବ ସ୍ବୟଂ ନିଜର ଉଦ୍ଧାର କରେ ଏହା ସତ କଥା ଯେ ନିଜ ଆତ୍ମା ର ସହାୟକ ନିଜେ ଅଟେ। ଯଦି ସେ ଅନ୍ୟ ର ଭରସା ଓ ଆଶା ଛାଡି ନିଜ ଉଦ୍ଧାର ର ଯତ୍ନ କରେ।
10.ଯେ ସ୍ବାବଲମ୍ବି ନହୋଇ ଅନ୍ୟର ଭରସା ରେ ରହି ନିଜର ଉଦ୍ଧାର ସ୍ବୟଂ କରେନାହିଁ ସେ ସ୍ବୟଂ ନିଜର ଶତ୍ରୁ ଅଟେ।

11. ଆତ୍ମା ଉପାସନା ଦ୍ୱାରା ଆତ୍ମା ର ସାକ୍ଷାତକାର ନିଜର ଆତ୍ମ ଶକ୍ତି ର ଆତ୍ମ ବଳ ଓ ମନବଳ ର ଜ୍ଞାନ ପ୍ରାପ୍ତ କରି ଓ ତାହାର ପ୍ରୟୋଗ ର ବିଧି ଜାଣି ମନୁଷ୍ୟ ନିଜ ଆଧ୍ୟାତ୍ମିକ ଶାରୀରିକ ଓ ମାନସିକ ଉନ୍ନତି କରି ଜୀବନ ମୁକ୍ତ ହୋଇଯାଏ।
12. ଯାହାକୁ ପାଇବାର ଇଛା ତାହା ପାଇବାକୁ ଯୋଗ କୁହାଯାଏ।
13.ଗୀତାରେ ବହୁତ ସ୍ପଷ୍ଟ ଭାବରେ ଏ ଜୀବ ଆତ୍ମା କୁ ଈଶ୍ଵର, ପରମାତ୍ମା, କୃଷ୍ଣ, ବାସୁଦେବ ଓ ଭଗବାନ କୁହାଯାଇଛି । ଗୀତା ଅନୁସାରେ ଏପରି ଯେତେ ଶବ୍ଦ ଅଛି, ସବୁ ଜୀବ ବା ଆତ୍ମା ର ପର୍ଯ୍ୟାୟ ଭୁକ୍ତ ଅଟେ।
14.ଈଶ୍ଵର କଳ୍ପନା, ମନୁଷ୍ୟ କରେ, ଭୋଗେ, ଏଣୁ ଜୀବ ର ଅନ୍ୟ ନାମ ଭୋକ୍ତା ଅଟେ।
15. ମୋର ଅତି ନିକଟରେ ମୋର ଜୀବ ହିଁ ବିଦ୍ୟମାନ ।
ଏଣୁ ଜୀବକୁ ହିଁ ଉପଦ୍ରଷ୍ଟା ଭାବରେ ଗ୍ରହଣ କରିବା ଯଥାର୍ଥ ଅଟେ।
16. ଗୀତା ର ଶ୍ଳୋକ ରୁ ଶୁଦ୍ଧ ହେଇଛି ଯେ ଗୀତାର ରଚୟିତା ଉପଦ୍ରଷ୍ଟା, ଅନୁମନ୍ତା, ଭୋକ୍ତା, ମହେଶ୍ୱର, ପରମ ପୁରୁଷ ପରମାତ୍ମା ଇତ୍ୟାଦି ଏ ଜୀବ କୁ ମାନୁଥିଲେ। ଯେ କି ଆମ ଦେହରେ ରହିଛନ୍ତି।
17. ଗୀତାର ରଚୟିତା ଜୀବ ବା ଆତ୍ମା ଛଡା ଅନ୍ୟ କୌଣସି କାଳ୍ପନିକ ଈଶ୍ଵର ର ଅସ୍ତିତ୍ବ ମାନି ନାହାଁନ୍ତି।



  Never miss a story from us, get weekly updates in your inbox.