ଈଶ୍ୱରଙ୍କ ପରିଚୟ

**
✍️ରାଜଵାଳା
👉ତୁମେ ଈଶ୍ୱରଙ୍କୁ ନିନ୍ଦା କରୁଛ, ତାଙ୍କୁ ମାନୁନାହଁ ସେ ରାଗିବେ ତୁମକୁ ଦଣ୍ଡ ଦେବେ। ବିପଦ ମାଡ଼ିଆସିବ, ବଡ଼ ରୋଗହେବ। ତୁମକୁ ନର୍କପ୍ରାପ୍ତି ହେବ। ତୁମ ପରିଜନମାନଂକର ଅଶୁଭ ହେବ। ଏମିତି କେତେ କଣ ଡର। ହେଲେ ଏହି ଈଶ୍ୱରଟି କିଏ ଯାହାକୁ କେବଳ ଆତ୍ମପ୍ରସଂସା ଶୁଣିବା ହିଁ ପସନ୍ଦ। ଯିଏ ନିଜ ନିନ୍ଦା ଶୁଣିଲେ ରାଗିଯାଇ କିସମ କିସମର ଦଣ୍ଡ ଅଜାଡି ଦିଏ। ଠିକ୍ ଆମ ଦେଶର ଶାସକଦଳ ପରି ତାକୁ କେବଳ ଏକ ଚାଟୁକର ଗୋଷ୍ଠୀ ହିଁ ଦରକାର। ତା ଆଡ଼କୁ ଆସୁଥିବା କୌଣସି ପ୍ରଶ୍ନ ବା ସମାଲୋଚନା ତାକୁ ଉତକ୍ଷିପ୍ତ କରେ।
👉କିଏ ଏହି ଈଶ୍ୱର ,ବିନା ମଣିଷରେ ଯାହାର କୌଣସି ସ୍ଥିତି ନାହିଁ। ମାନବ ଭାବନା ଶକ୍ତିର ବୃଦ୍ଧି ପରେ ପରେ ହିଁ ତାହାର ଆବିର୍ଭାବ ଘଟିଛି ଓ ଏକ ମାନସିକ ପରଜୀବୀ ଭଳି ମଣିଷ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ସେ ତାହାର କାୟା ବିସ୍ତାର କରି ଚାଲିଛି। କିଏ ସିଏ ଯିଏ ଅଜ୍ଞାନତା ଅନ୍ଧକାର ରେ ବେଶ ଭଲ ଭାବରେ ଦୃଶ୍ୟମାନ ହୁଅନ୍ତି କିନ୍ତୁ ତର୍କିକ ଜ୍ଞାନର ଆଲୋକରେ ନଷ୍ଟ ହୋଇଯାଆନ୍ତି।
👉ଏହି ଈଶ୍ୱର ଜଣକ କୁଆଡେ କାହା ଅହଂ ଦେଖିପାରନ୍ତି ନାହିଁ, ହେଲେ ସେ ନିଜେ ମୁଁ ହିଁ ସବୁକିଛି, ମୁଁ ଶକ୍ତିମାନ,ମୁଁ ସର୍ବବ୍ୟାପୀ, ମୁଁ ଶ୍ରେଷ୍ଠ କହି ଗର୍ବ କରିପାରନ୍ତି। ଉଦାହରଣ ସ୍ୱରୂପ ଗୀତା ପଢିପାରନ୍ତି, ଯାହାକୁ ଭଗବାନଙ୍କ ନିଜ ମୁଖନିଶୃତ ଵାକ୍ୟ ବୋଲି କୁହାଯାଏ।
👉ଏଇ ଈଶ୍ୱରଟି ଦେଖିବାକୁ କେମିତି, ମୁଖ୍ୟତଃ  ଜଣେ ଅସ୍ତ୍ର ଶସ୍ତ୍ରଧାରୀ ପୁରୁଷ ଯାହାର ଅନେକ ହାତ ବା ମୁହଁ ବି ଥାଇପାରେ। ଯେ ଅସୁର ସଂହାର ପାଇଁ ବାରମ୍ବାର କେବଳ ଉଚ୍ଚଜାତିରେ ପୁରୁଷ ହୋଇ ଜନ୍ମନିଏ। ଦଳିତ ବା ଆଦିବାସୀ ଘରେ ଜନ୍ମ ହେଲେ ଜାତି ଯିବାର ଭୟ ଅଛି। ଆଉ ଅବଳା ଦୁର୍ବଳା ହୋଇ ଜନ୍ମ ହେବାର ଚାନ୍ସ ହି ନାହିଁ ।  ଏଇଠି ଗୋଟିଏ କଥା ଉଲ୍ଲେଖଯୋଗ୍ୟ ଯେ ସେ କେବଳ ଅସୁର ମାରିବାକୁ ଜନ୍ମହୁଅନ୍ତି କିନ୍ତୁ କଦାପି ଅନ୍ୟ କେଉଁ କାରଣ ପାଇଁ ନୁହେଁ।
👉ଯଦି ସମ୍ଭବ ହୁଅନ୍ତା ଚଢେଇ ଟି ନିଜ ପାଇଁ ଈଶ୍ୱର ଭାବେ ଅନେକ ଡେଣା ଥିବା ଏକ ବଡ଼ ଚଢେଇ ଟିଏ ଭାବନ୍ତା। ସେଇ ପରି ପିମ୍ପୁଡି ଟି ଅନେକ ଗୋଡ଼ ଥିବା ଏକ ବଡ଼ ପିମ୍ପୁଡି, ଠିକ୍ ଯେପରି ଆମେ ଅନେକ ହାତ ଥିବା ପୁରୁଷଟିଏ ବାଛିଚୁ, ଯିଏ ଆମ ପରି ରାଗିପାରେ, ଦଣ୍ଡ ବି ଦିଏ, ପ୍ରେମ ବି କରେ ଏବଂ ଲାନ୍ଚ ବି ନିଏ। ଠିକ୍ ଆମରି ପ୍ରତିଛବି। ଭାବନାଶକ୍ତିର ଅଭାବ ହେତୁ ଚଢ଼େଇ ଓ ପିମ୍ପୁଡିମାନେ ନିଜ ଭାବନାର ଦୂରୋପଯୋଗରୁ ବଂଚିଯାଇଛନ୍ତି।
👉ଅତଏବ,ଏବେ ଯାଏଁ ଈଶ୍ୱର ଙ୍କର ସଠିକ ପରିଚୟ ପାଇସାରିଥିବେ ଭାବୁଛି।ଯଦି ଏବେ ଯାଏଁ ପରିଚୟ ପାଇ ପାରିନାହାନ୍ତି ତେବେ ନିଶ୍ଚିତ ଭାବରେ ଆପଣ ଜଣେ ଅତି ପୁଣ୍ୟବାନ ବ୍ୟକ୍ତି । ତେଣୁ ପରିଚୟ ପାଇବାକୁ ଟିକେ ଡେରି ଲାଗିପାରେ😁
ରାଜବାଳା

  Never miss a story from us, get weekly updates in your inbox.