ଆମେ ଶିକ୍ଷିତ କି??

✍️ଶିକ୍ଷା ପ୍ରାପ୍ତ କଲା ପରେ ଆପଣଙ୍କର କଣ ପରିବର୍ତ୍ତନ ହୋଇଛି,👇
1.ଅହେତୁକ ବିଶ୍ୱାସ, କୁସଂସ୍କାର, କୁପ୍ରଥାରୁ ନିଜକୁ ମୁକ୍ତ କରିପାରିଛନ୍ତି କି ?
2. ନିଜ ମନରୁ ଧାର୍ମିକ ଉନ୍ମାଦ ଦୂର ହୋଇଛି କି?? ଧାର୍ମିକ ଶୋଷଣରୁ ନିଜକୁ ତଥା ଅନ୍ୟମାନଙ୍କୁ ରକ୍ଷା କରିପାରିଛନ୍ତି କି??
3. ଆପଣ ଜଣେ ସଚେତନ ନାଗରିକ କି?? ନିଜର ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଆପଣ ସଚେତନ କି??
4. ସମାଜରେ ବୈଜ୍ଞାନିକ ମନୋଭାବର ପ୍ରସାର ଦିଗରେ ଆପଣଙ୍କର କୌଣସି ଭୂମିକା ଅଛି କି??
5. ମନରୁ ଲିଙ୍ଗ ଧର୍ମ ବର୍ଣ୍ଣ ଜାତିଗତ ଭେଦଭାବ ଦୂର ହୋଇଛି କି??
6. ସମାଜ ସଂସ୍କାରରେ ଆପଣଂକର କିଛି ଯୋଗଦାନ ଅଛିକି??
7. ପରିବେଶ ସଂରକ୍ଷଣ ପାଇଁ ଆପଣଙ୍କ ଯୋଗଦାନ ରହିଛି କି??
8. ନିଜର ଆଖପାଖ ଓ ଦେଶର ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଆପଣ ସଚେତନ ତ??
9. ଲିଙ୍ଗ, ଅର୍ଥ, ଧର୍ମ, ବର୍ଣ୍ଣ , ବୟସ ନିର୍ବିଶେଷରେ ଆପଣଙ୍କ ସବୁ ମଣିଷକୁ ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରନ୍ତି କି??
10. ଆଗାମୀ ପିଢ଼ି(ଶିଶୁ) ପାଇଁ ନିଜର ଦାୟିତ୍ୱ ଓ ବିଗତ ପିଢ଼ି(ବୃଦ୍ଧ)ପ୍ରତି କୃତଜ୍ଞତା ପ୍ରଦର୍ଶନ କରନ୍ତି କି??

ଏ ସବୁର ଉତ୍ତର ଯଦି ନାଁ ତେବେ କଣ ସେଇ ଡିଗ୍ରୀ ସବୁ ଆଲମାରୀରେ ରଖିବା ପାଇଁ । ଯଦି ଆପଣଂକର ଶିକ୍ଷା କେବଳ ଅର୍ଥ ରୋଜଗାରରେ, କେବଳ କ୍ଲାସ ରୁମର ଚାରିକାନ୍ଥ ଭିତରେ, ପାଠ୍ୟ ପୁସ୍ତକରେ ବା ଲାବରଟାରୀ ଭିତରେ  ହିଁ ସୀମିତ, ଯଦି ତାହା ଆପଣଙ୍କ ଜୀବନରେ ପ୍ରତିଫଳିତ ହୁଏ ନାହିଁ ତେବେ ସେ ଶିକ୍ଷା, ସେ ଡିଗ୍ରୀର କଣ ମୂଲ୍ୟ ଅଛି !
ରାଜବାଳା....

  Never miss a story from us, get weekly updates in your inbox.