ନିମ୍ବ ଆଦି ଗଛରୁ କ୍ଷୀର ଭଳି ତରଳ କ୍ଷରଣ ହେବା ଚମତ୍କାର କି??

ବେଳେବେଳେ କେତେକ ନିମ୍ବ ବା ସେହି ଜାତୀୟ ଗଛରୁ କ୍ଷୀର ଭଳି ଧଳା ରସ କ୍ଷରଣ ହେବାର ଆପଣ ମାନେ ଦେଖିଥିବେ। ଧାର୍ମିକ ମାନେ ଏହା ଏକ ଦୈବୀୟ ଚମତ୍କାର କହି ଗଛ ମୂଳ ରେ ପୂଜା ଅର୍ଚ୍ଚନା ଆରମ୍ଭ କରିଦିଅନ୍ତି। ଦୀପ ଧୂପ ବାଜା ଘଣ୍ଟ ଘଣ୍ଟା ରେ ଏହି ଗଛର ଆଖପାଖ ଅଞ୍ଚଳରେ ଲୋକ ଭିଡ଼ କରନ୍ତି। କେତେକ ସେହି ରସ ପିଇ ତାଙ୍କର ସବୁ ରୋଗ ଭଲ ହୋଇଗଲା ବୋଲି ଦାବି କରନ୍ତି। କିନ୍ତୁ ଧର୍ମାନ୍ଧ ମଣିଷ  ଏହାର କାରଣ ଖୋଜିବା ପାଇଁ ଚେଷ୍ଟା କରେ ନାହିଁ। ଆସନ୍ତୁ ଏହା ପଛରେ ଥିବା ବୈଜ୍ଞାନିକ କାରଣ ଟି ଜାଣିବା।👇
ଉଦ୍ଭିଦବିତ ମାନଙ୍କ ଅନୁସାରେ ଏହି ଘଟଣା ଟି ରେ କୌଣସି ଦୈବୀୟ ଚମତ୍କାର ନୁହେଁ ବରଂ ଅତି ସାଧାରଣ ପ୍ରାକୃତିକ ଘଟଣା। ଯାହା ନିମ୍ବ ଭଳି ଗଛରେ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ହୋଇଥାଏ।କେବେ କେବେ କୀଟପତଂଗ ବା ଫଙ୍ଗାଲ ଆକ୍ରାନ୍ତ ରୁ ମଧ୍ୟ ହୁଏ। ନିମ୍ବ ଗଛରେ ଅଠା ନଳିକା (gum duct) ଓ  ତାହାର ଭିତର କାଠ (sap wood) ରେ ଛୋଟ ଛୋଟ ଗର୍ତ ସବୁ ରହି ଥାଏ। ଗୋଟିଏ ନିମ୍ବ ଗଛ ଯେବେ ବହୁତ ପୁରୁଣା ହୋଇଯାଏ ତେବେ ସେ ତାର କୋଷ ରେ ଅଧିକ ଜଳ ଜମା କରିବା ଆରମ୍ଭ କରିଦିଏ। Agrobacterium tumefacins ନାମକ ଏକ ବ୍ୟାକ୍ଟେରିଆ ର ସଂକ୍ରମଣ ହେତୁ ଗଛର ଡାଳ ରେ ଆବୁ ମାନ ସୃଷ୍ଟି ହୁଏ।ଯେତେବେଳେ ବାୟୁମଣ୍ଡଳ ରେ ଆଦ୍ରତା ଅଧିକ ଥାଏ। ସେହି ଆବୁ ଟି ଦୁର୍ବଳ ହୋଇଯାଏ ଓ ଏଥିରେ  ଫାଟ ସୃଷ୍ଟି ହୁଏ। ଯାହା ଫଳରେ ତା ଭିତରେ ଗଛିତ ଥିବା ରସ ବାହାରକୁ ନିର୍ଗତ ହୁଏ।ଏହି ରସ ପ୍ରାୟତଃ  4 ରୁ 6 ଦିନ ଧରି କ୍ଷରଣ ହୁଏ।
ଅନ୍ୟ ଏକ କାରଣ ଅନୁସାରେ ଏହି ରସ କୀଟ ଓ ଫଙ୍ଗାଲ ଆକ୍ରମଣ ରୁ ଗଛକୁ ରକ୍ଷା କରିବା ପାଇଁ କ୍ଷରଣ ହୋଇଥାଏ। ନିମ୍ବ ଗଛର ଅଠା ନଳିକା ଗୁଡିକ ଫଙ୍ଗାଲ ଆକ୍ରମଣ ପରେ ପରେ ଯଥା ଶୀଘ୍ର ସକ୍ରିୟ ହୋଇ ଏହିପରି ରସ କ୍ଷରଣ କରୁଥିବାର ଦେଖା ଯାଏ।
ଏହା ଏକ ପ୍ରାକୃତିକ ପ୍ରକ୍ରିୟାରେ ତେଣୁ ଏହା କୁ ଏକ ଚମତ୍କାର ବୋଲି ଭାବିବା ବନ୍ଦ କରନ୍ତୁ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ଏହି ବିଷୟରେ ବୁଝାନ୍ତୁ। ସଚେତନତା ପ୍ରସାର କରନ୍ତୁ ସୁରକ୍ଷିତ ରୁହନ୍ତୁ🙏

ରାଜବାଳା...

  Never miss a story from us, get weekly updates in your inbox.