Image

ମହତ ପଣ କଥା ଯେତେବେଳେ ମାନସ ପଟରେ ବିଚରଣ କରେ ସେତେବେଳେ ହୃଦୟର ଗହନ ପ୍ରଦେଶରୁ ଉଙ୍କିମାରି ଉଠେ ଅତୀତ  ପୃଷ୍ଠାକୁ ମଣ୍ଡନ କରିଥିବା କେତେ  ମହାମାନ୍ୟଙ୍କର ଉତ୍ସର୍ଗୀକୃତ ଜୀବନର କାହାଣୀ । ଧନ୍ୟ ସେମାନେ ନିଜର କର୍ତ୍ତବ୍ୟ ଓ ମହତ  ରକ୍ଷା କରିବାକୁ ଯାଇ ଜୀବନକୁ ବଳି ଦେଇଥିଲେ । ବାଳକ ଧରମା ଜାତିର ମହତ ରକ୍ଷା କରିବାକୁ ଯାଇ ପ୍ରାଣବଳି ଦେଇଥିଲେ । ଜୟୀ ରାଜଗୁରୁ ବୀରର ମହତ ରକ୍ଷା କରି ଜୀବନ୍ତ ଦୁଇ ଫାଳ ହୋଇଥିଲେ । ଆଉ ପୁରାଣ ଯୁଗର ଶ୍ରବଣ କୁମାର ଦୃଷ୍ଟିହୀନ ପିତା ମାତାଙ୍କର ଆଜୀବନ ସେବା କରି ପୁତ୍ରର ମହାନତା ରକ୍ଷା କରିଥିଲେ । ଏ ସବୁ ଆଜି ଦେଖିବାକୁ ବିରଳକାହିଁକି ନା ଆମେ ସବୁ ସୁଖ ସୁବିଧାର କ୍ରୀତଦାସ ହୋଇ ନିଜ ମହତକୁ ଧରାସାୟୀ କରିବାରେ କେବେ ବିପଛଘୁଞ୍ଚା ଦେଉନାହୁଁ । ସତରେ ଆମେ କେତେ ବଦଳି ଯାଇଛୁ । ସମୟ ସହ ପାଦ ଦେଇ ଦୌଡୁଦୌଡୁ ଏତେ ଅଣନିଶ୍ୱାସୀ ହୋଇଯାଇଛୁ ଯେପଛକୁ ଫେରିବା ଅସମ୍ଭବ ହୋଇ ପଡିଛି । ସେହି ଅସୀମ ଶୂନ୍ୟତା ଆଉ ଦୂର ଦିଗ୍ବଳୟକୁ ଲଙ୍ଘି ଯିବାର ଅଦମ୍ୟ ଅଭିଳାଷ ଭିତରେ ନିଜକୁ ହଜାଇ ଦେଇଛୁ । ଅସୀମ ଲକ୍ଷ୍ୟ ପଥର ପଥିକ ହୋଇ ବାଟ ଚାଲୁଚାଲୁ ନିଜର ସମସ୍ତ  ସତ୍ତାକୁ ହରାଇବାରେ କେବେ କୁଣ୍ଠାବୋଧ କରୁନାହୁଁ । ଆମେ ଲକ୍ଷ୍ୟ ଖୋଜୁଖୋଜୁ ଅନ୍ଧାର ଭିତରେ ନିଜକୁ ଲୁପ୍ତ କରିବାକୁ ବସିଛୁ ।

             ଶତ ଶତ ଜରାଶ୍ରମ ବିରାଟ କାୟ ରୂପ ଧାରଣ କରି ଦଣ୍ଡାୟମାନ । ସେଠାକୁ ବୃଦ୍ଧ ବୃଦ୍ଧାଙ୍କର ସୂଅ ବିଛୁଟିବାକୁ ଲାଗିଛି । ସତରେ କ'ଣ ତାଙ୍କର କେହି ନାହାଁନ୍ତି ନାବୟସର ସାୟାହ୍ନରେ ସବୁ କିଛି ହରାଇ ବସିଛନ୍ତି ?ଆମେ ଆଧୁନିକତାର ବଶବର୍ତ୍ତୀ ହୋଇ ଭୋଗ ବିଳାସର ଆକାଶରେ ଉଡିବା ବେଶ୍ ଜାଣୁତେଣୁ ନିଜ ମୁଣ୍ଡକୁ ହାତ ପାଇଗଲା ପରେ ପିତା ମାତାଙ୍କୁ ଅକର୍ମଣ୍ୟ ବୋଲି ଦୂରେଇ ଦେଉଛୁ । ଆମେ ସ୍ୱାର୍ଥ ନିକଟରେ ବଳିପଡି କେବେ ବିସନ୍ତାନର ମହତ ରଖିବା କଥା ଚିନ୍ତା କରୁନାହୁଁ ।  

                   ଏକବିଂଶ ଶତାଦ୍ଦୀର ଶିକ୍ଷିତ ଯୁବକ ଯୁବତୀ । ଦେଶର ଭବିଷ୍ୟତ ଓ ସଭ୍ୟତା ସଂସ୍କୃତିର ଦାୟାଦ । ଏମାନଙ୍କୁ ଦେଖିଲେ ମନେ ହେଉଛିଜ୍ଞାନର ଅଗାଧ ଗଭୀରତା ଭିତରେ ବୁଡି ଯାଇଛନ୍ତି ଓ ନିଜର ହିତାହତ ଜ୍ଞାନ ହରାଇ ବସିଛନ୍ତି । ଏମାନେ ଉଚ୍ଚ ଶିକ୍ଷିତର ଛାପ ନେଇ ବିଲେଇ ପରି ଆଖି ବୁଜି କ୍ଷୀର ପାନ କରୁଛନ୍ତି ଓ ଭାବୁଛନ୍ତି ଯାହା କରୁଛନ୍ତି ସବୁ ଠିକ୍ତାଙ୍କୁ କେହି ଦେଖୁ ନାହାଁନ୍ତି । ଆମ ପିତାମାତା ସିନା କମ୍ ଅଧ୍ୟୟନ କରି ସଂସ୍କୃତିକୁ ଜାବୁଡି ଧରିଥିଲେଆମେ ତତା'କୁ ପାଶ୍ଚାତ୍ୟ ସଂସ୍କୃତି ସହ ପ୍ରତିଦ୍ୱନ୍ଦିତା କରିବା ଲାଗି ଟାଣିଟାଣି ନେଇ ବିଶ୍ୱ ଦରବାରରେ ଠିଆ କରିବାକୁ ପ୍ରୟାସ କରୁଛୁ । 

                       ଶାନ୍ତି ମୈତ୍ରୀ ଐକ୍ୟତାର ପ୍ରତୀକ ହୋଇ ଅନେକ ଧର୍ମାନୁଷ୍ଠାନ ବିଦ୍ୟମାନ । ଅହିଂସା ଓ ମାନବିକତାର ବାର୍ତ୍ତା ସର୍ବଦା ଘୋଷଣା କରୁଛି । ବିଶ୍ୱ ବ୍ରହ୍ମାଣ୍ଡର ଈଶ୍ୱର ଏକଆମେ ସମସ୍ତେ ତା'ର ସନ୍ତାନ ବୋଲି କାନେ କାନେ କହୁଛି । ତଥାପି ଆମେ ସବୁ ଭୁଲିଯାଇ ମଣିଷ ପଣିଆକୁ ପାଦରେ  ଦଳି ହିଂସା ପରାୟଣ ହୋଇ ଧର୍ମ ନାମରେ ରକ୍ତପାତ କରିବାକୁ ଲାଗିଛୁ । ଦଙ୍ଗା ବୋଲି ଜନ ମାନସରେ ଏକ ଭୟ ଓ ଅଶାନ୍ତିର ବଳୟ ସୃଷ୍ଟି କରୁଛୁ । ଜନ ଜୀବନକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଉଛୁ । ଏପରି ଘଟାଇ ଆମେ ଆମର ଉତ୍କୃଷ୍ଟ ଧାର୍ମିକ ଭାବନାର ମହତ ରଖିଛୁ ନାରକ୍ଷା କରିବାରେ ବିଫଳ ହୋଇଛୁ । 

                       ବାସ୍ତବରେ କହିଲେ ଆମେ ଆଉ ନିଜ ଆୟତ୍ତରେ ନାହୁଁସମସ୍ତେ ସ୍ୱାର୍ଥର ଇଙ୍ଗିତରେ ନାଚିବାକୁ ଲାଗିଛୁ । ଭଲ କ'ମନ୍ଦ କ'ଣ ଜାଣି ବିନିଜକୁ ପରିବର୍ତ୍ତନ କରିବାର ଇଚ୍ଛା ପୋଷଣ କରୁନାହୁଁ । "ଆପେ ବଞ୍ଚିଥିଲେ ବାପର ନା' " ବୋଲି ମଣିଷ ପଣିଆକୁ ଭୁଲିଯାଉଛୁ । ମୁକ୍ତ ଆକାଶର ବିହଙ୍ଗ ପରି ଜୀବନ ପାଇ ମଧ୍ୟ ନିଜକୁ ଅଦୃଶ୍ୟ ଜାଲ ଭିତରେ ବନ୍ଦୀ କରିଦେଇଛୁ ।

                    ବେଳ ଥାଉଁଥାଉଁ ଆମକୁ ଆତ୍ମସମୀକ୍ଷା କରିବାକୁ ହେବ । ସଭ୍ୟତାସଂସ୍କୃତିର ମହାନତା ରଖିବାକୁ ଜାଗ୍ରତ ହେବାକୁ ହେବଦୂର୍ଲ୍ଲୁଭ ମଣିଷ ଜୀବନର ମୂଲ୍ୟବୋଧକୁ ବୁଝିବାକୁ ହେବ । ଆମେ ଯଦି ନିଜର କର୍ତ୍ତବ୍ୟ ନବୁଝିବା ଆମକୁ ବୁଝାଇବ କିଏ ଅଧୋଗତି ଅନିବାର୍ଯ୍ୟ ହୋଇ ପଡିବ । ତେଣୁ କଥାରେ ଅଛି, "ଆଲୋ ସଖୀ ଆପଣା ମହତ ଆପେ ରଖି " ।