ଓଡିଶାର ସଭିଙ୍କ ପ୍ରିୟ ଦହି ମାଛ


ସାମଗ୍ରୀ :

ରୋହୀ ମାଛ : ଏକ କେଜିପିଆଜ : ବଡ ଦୁଇଟା
ରସୁଣ : ଗୋଟେ
କଞ୍ଚା ଲଙ୍କା : ଚାରିଟା
ସୋରିଷ : ଶହେ ଗ୍ରାମ
ଜୀରା : ଏକ ଚାମଚ
ଶୁଖିଲା ଲଙ୍କା : ଦୁଇଟା
ଟମାଟୋ: ଦୁଇଟା
ଭୃଷୁଙ୍ଗା ପତ୍ର
ଦହି: ଅଧା କପ
ବେସନ/ ଚାଉଳ ଚୁନା : ଏକ ଚାମଚ
ସୋରିଷ ତେଲ - ଦରକାର ଅନୁଯାୟୀ
ଲୁଣ - ଦରକାର ଅନୁଯାୟୀ
ହଳଦୀ - ଦରକାର ଅନୁଯାୟୀ

ପ୍ରଣାଳୀ :
ପ୍ରଥମେ ମାଛ କୁ ଭଲ ଭାବେ ଧୋଇ ଲୁଣ ହଳଦୀ ଗୋଳାଇ ସୋରିଷ ତେଲ ରେ ଭାଜି ରଖି ବେ I ସୋରିଷ ,ଜୀରା ,ଶୁଖିଲା ଲଙ୍କା ,ରସୁଣ ଦୁଇ କୋଳ ବତୁରାଈ ବାଟି ରଖିବେ Iତେଲ ରେ ସୋରିଷ,ଜିରା ଲଙ୍କା ଫୁଟଣ ଦେଇ  ଭୃଷୁଙ୍ଗା ପତ୍ର ,ଲମ୍ବା ଲମ୍ବା କଟା ପିଆଜ ,ରସୁଣ ଚାରି / ପାଞ୍ଚ କୋଳ ଛେଚା ପକେଇବେ ଓ ଭାଜିବେ I ଏଇସବୁ ଭାଜି ହୋଇଗଲା ପରେ ତାକୁ କାଢି ଅଲଗା ରଖିବେ I ତା ପରେ  ସୋରିଷ ପେଷ୍ଟ ରେ ଗୋଟେ କପ ପାଣି ଗୋଳାଇ ରଖିଥିବେ ତାକୁ ତେଲ ରେ ପକାଇ ପନ୍ଦର ମିନଟ ଫୁଟାଇବେ I ସୋରିଷ ର ରଙ୍ଗ ବଦଳି ହଳଦିଆ ଆସିଯିବ, ବାସ୍ନା ଆସିବ ତା ପରେ ଜାଣିବେ ତାହା ହୋଇଗଲା ଠିକ ରେ I ତାପରେ ସେଥିରେ ଭଜା ପିଆଜ ,ଟମାଟୋ ,ମାଛ ସବୁ ପକେଇବେ I ଦହି କୁ ଟିକେ ପାଣିରେ ବେସନ କିମ୍ବା ଚାଉଳ ଚୁନା ଗୋଟେ ଚାମଚ ଦେଇ ଗୋଳେଇ ତା ଉପରେ ପକାଇବେ ଆଉ ପାଞ୍ଚ ମିନଟ ଫୁଟାଇବେ I ଆପଣଙ୍କ ଇଚ୍ଛା  ଅନୁଯାୟୀ ଝୋଳ ରଖିପାରିବେ I ଏବେ ଆପଣଂକର ଦହି ମାଛ ପ୍ରସ୍ତୁତ I ଏହା ଭାତ ସହ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗେ  I

  Never miss a story from us, get weekly updates in your inbox.